ଭୁବନେଶ୍ୱର : ଜନସମ୍ପର୍କ ପଦଯାତ୍ରାରେ ପୁଣି ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ । ବିରୋଧୀ ବିକାଶବିରୋଧୀ ଓ ଜନ ବିରୋଧୀ କହିଲେ ନବୀନ । ଓଡିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ଭୁଲ ଖବର ଦେବା ଭ୍ରମିତ କରିବା ସେମାନଙ୍କ କାମ । ନିର୍ବାଚନ ଆସିଲେ ସେମାନେ ଏମିତି କାମ କରନ୍ତି । ସେଥିପାଇଁ ସେମାନଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି । ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର କାର୍ଯ୍ୟରେ ବି ବାଧା ଦେବାକୁ ଚେଷ୍ଟା କରିଥିଲେ । ଲୋକେ ତାଙ୍କୁ କ୍ଷମା ଦେବେନି ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Views: 108











