The Ultimate Managed Hosting Platform
ADVERTISEMENT

ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ କି ସମନ୍ଥା ?

Facebook
Twitter
LinkedIn

ମୁମ୍ବାଇ : ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଛାଡ଼ପତ୍ର ନେବା ପରଠାରୁ ଆଜି ପର୍ୟ୍ୟନ୍ତ ଚର୍ଚ୍ଚାରେ ରହିଛନ୍ତି ସାଉଥ୍ ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା । ବର୍ତ୍ତମାନ ନୂଆ ରିଲେସନସିପକୁ ନେଇ ଏବେ ଖୁବ ଚର୍ଚ୍ଚାରେ ଏହି ସାଉଥ୍ ସୁନ୍ଦରୀ । କିଛି ଦିନ ହେଲା ତାଙ୍କ ନାଁ ଫିଲ୍ମମେକର୍ ରାଜ ନିଦିମୋରୁଙ୍କ ସହ ଯୋଡ଼ା ଯାଉଛି । ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବାର ଖବର ଆସୁଛି । ତେବେ ଏନେଇ ସାମନ୍ଥାଙ୍କ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କିଛି ସମୟ ପୂର୍ବରୁ ଦୁହେଁ ଏକାଠି ନଜର ଆସିଥିଲେ । ଏବେ ଦୁହିଁଙ୍କ ସଂପର୍କକୁ ନେଇ ଖୁଲାସା ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ଏହି ପ୍ରେମ ସମ୍ବନ୍ଧକୁ ନେଇ ଚାଲୁଥିବା ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ଅଭିନେତ୍ରୀଙ୍କ ମ୍ୟାନେଜର୍ । ସାମନ୍ଥାଙ୍କ ମ୍ୟାନେଜର୍ କହିଛନ୍ତି , ଡେଟିଂ ଖବରରେ କୌଣସି ସତ୍ୟାସତ୍ୟ ନାହିଁ । ରାଜ ଏବଂ ସାମନ୍ଥା ଦୁହେଁ ଡେଟ୍ କରୁନାହାନ୍ତି । ଦୁହେଁ ଘର କିଣିବା ଖବର ମଧ୍ୟ ସମ୍ପୂର୍ଣ୍ଣ ମିଛ ।’ ଦୁହିଁଙ୍କ ପ୍ରେମ ସଂପର୍କକୁ ନେଇ ଜାତୀୟ ଗଣମାଧ୍ୟମରେ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ରାଜ ନିଦିମୋରୁ ୨୦୦୨ ରେ ନିଜ ପୂର୍ବ ପତ୍ନୀ ଶ୍ୟାମଳୀଙ୍କଠାରୁ ଛାଡ଼ପତ୍ର ନେଇ ସାମନ୍ଥାଙ୍କ ସହ ଲିଭ୍-ଇନରେ ରହିବାକୁ ଚାହୁଥିଲେ ବୋଲି ଗୁଜବ ଉଠୁଥିଲା । ଅନ୍ୟପକ୍ଷରେ ମିଡିଆରେ ରାଜଙ୍କ ଗୋଟିଏ ଝିଅ ଥିବାର ସୂଚନା ମଧ୍ୟ ମିଳିଥିଲା । ତେବେ ଏ ଖବର ବି ଗୁଜବ ବୋଲି ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login