ବାଲିଆପାଳ : ବାଲିଆପାଳ ବ୍ଲକର ନିର୍ବାଚିତ ଜନପ୍ରତିନିଧି ସରପଞ୍ଚ, ସମିତି ସଦସ୍ୟ / ସଦସ୍ୟା ଙ୍କୁ ବିଡ଼ିଓ ଵିନୋଦ ଚନ୍ଦ୍ର ପଣ୍ଡା ଅସମ୍ମାନ କରିବା, ଅଣଦେଖା କରି ମନମୁଖୀ ଭାବେ କାର୍ୟ୍ୟକରିବା, ଏମିତିକି ନିର୍ବାଚିତ ପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର କରି ସମାଲୋଚନା କରନ୍ତି ବୋଲି ଅଭିଯୋଗ ଆଣି, ତାଙ୍କର ବଦଳି ଦାବିକରି ବାଲିଆପାଳ ବ୍ଲକ ର ନିର୍ବାଚିତ ସରପଞ୍ଚ,ସମିତି ସଦସ୍ୟ ସଦସ୍ୟା ସାମୁହିକ ଭାବେ ଗତ ଡ଼ିସେମ୍ବର ୨୦ ତାରିଖ ରେ ବ୍ଲକ ପରିସରରେ ଆମରଣ ଅନଶନ ରେ ବସିଥିଲେ। ଅନେକ ସରପଞ୍ଚ, ସମିତି ସଦସ୍ୟ, ସଦସ୍ୟା ଙ୍କ ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକ ମଧ୍ୟ ଗୁରୁତର ହୋଇ ପଡ଼ିଥିଲେ। ତେବେ ଆମରଣ ଅନଶନ କୁ ୩୫ ଘଣ୍ଟା ପରେ ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ବାଲିଆପାଳ ତହସିଲ ଦାର ଜନକ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀ ସରପଞ୍ଚ ସମିତି ସଦସ୍ୟ ଙ୍କ ସହିତ ଆଲୋଚନା କରି ୧୫ ଦିନ ଭିତରେ ସମସ୍ୟାର ସମାଧାନ କରାଯିବାର ପ୍ରତିଶୃତି ଦେବା ପରେ ଆମରଣ ଅନଶନ ହଟିଥିଲା। ତେବେ ପ୍ରତିଶ୍ରୁତି ଅନୁଯାୟୀ ଆଜି ୧୫ ଦିନ ପୁରିଯାଇ ଥିଲେ ବି ବିଡିଓ ଶ୍ରୀ ଯୁକ୍ତ ପଣ୍ଡା ଙ୍କ ବଦଳି ହୋଇନାହିଁ । ଏନେଇ ନିର୍ବାଚିତ ପ୍ରତିନିଧି ସଂଘ ପକ୍ଷରୁ ବାଲିଆପାଳ ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ରେ ସାମ୍ବାଦିକ ସମ୍ମିଳନୀ କରି ସରପଞ୍ଚ ଜଗନ୍ନାଥ ବିଶ୍ଵାଳ ଙ୍କୁ ସଂଘର ନୂତନ ସଭାପତି ଘୋଷଣା କରିବା ସହିତ, ବିଡିଓ ଙ୍କ ବଦଳି ଦାବିରେ ଆସନ୍ତା ଆଠ ତାରିଖ ସୋମବାର ଦିନ ୧୦ ଟାରୁ ପୁଣି ବ୍ଲକ ସମ୍ମୁଖରେ ଆମରଣ ଅନଶନ ରେ ବସିବେ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାବନୀ ଦେଇଛନ୍ତି ।
ପୁଣି ବାଲିଆପାଳ ବିଡିଓଙ୍କ ପାଇଁ ବଢିପାରେ ଅଡ଼ୁଆ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











