ନୂଆଦିଲ୍ଲୀ : ପୁଣି ବଢ଼ିଲା ସୁନା ଆଉ ରୁପା ଦାମ । ଗୁରୁବାର ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି । ତା ସହିତ ରୂପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୨.୧୧ ଲକ୍ଷରେ ପହଞ୍ଚିଛି । ଆଜି ୧୮ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପ୍ରତି ୧୦ ହଜାର ୧୧୩ ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୨ହଜାର ୩୬୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୩ ହଜାର ୪୮୪ ଟଙ୍କା ରହିଛି । ଗତକାଲି ତୁଳନାରେ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୨୫୦ଟଙ୍କା ବୃଦ୍ଧି ପାଇଛି । ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଗତକାଲି ଅପେକ୍ଷା ୩୩୦ ଟଙ୍କା ବୃଦ୍ଧି ପାଇଛି । ଏହାସହ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୩,୩୦୦ଟଙ୍କା ବୃଦ୍ଧି ପାଇଛି । ଆଜି ଭାରତରେ ରୂପା ମୂଲ୍ୟ ଗ୍ରାମ ପିଛା ୨୧୧ ଟଙ୍କା ଏବଂ କିଲୋଗ୍ରାମ ପିଛା ୨ ଲକ୍ଷ ୧୧ ହଜାର ଟଙ୍କାରେ ପହଞ୍ଚିଛି, ଯାହାକି ଗତକାଲି ୨୦୮ ଟଙ୍କା ଏବଂ କିଲୋଗ୍ରାମ ପିଛା ୨ ଲକ୍ଷ ୮ ହଜାର ଟଙ୍କା ଥିଲା । ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ପିଛା ୧୩ ହଜାର ୪୮୪ ଟଙ୍କା ରହିଛି । ତେବେ ଆମେରିକାର ମୁଦ୍ରାସ୍ଫୀତି ଏବଂ ଭେନେଜୁଏଲାର ରାଜନୈତିକ ଉତ୍ତେଜନା ଭିତରେ ସୁନା ଏବଂ ରୂପା ମୂଲ୍ୟରେ ଆଗାମୀ ଦିନରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ପୁଣି ବଢିଲା ସୁନା, ରୂପା ଦର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











