ସମ୍ବଲପୁର : ପୁଣି ଗଲା ଆଉ ଏକ ହାତୀର ଜୀବନ। ସମ୍ବଲପୁର ଯୁଯୁମୁରା ରେଞ୍ଜ ଯାଦୁ ଲୋଇସିଂହରେ ହାତୀ ମୃତ୍ୟୁ ଖବର ସାମନାକୁ ଆସିଛି। ଗାଁ ପାଖ ବିଲରେ ହାତୀର ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ହାତୀଟିର ଆନୁମାନିକ ବୟସ ୨୦ ବର୍ଷ ହୋଇଥିବା ବେଳେ ଏହା ଏକ ଦନ୍ତା ହାତୀ ବୋଲି ଜଣାପଡିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାଟିର ତଦନ୍ତ ଆରମ୍ଭ କରିଛି।
Views: 39