କାମାକ୍ଷାନଗର : ଗାଁ ବିଲରେ ପଡିଛି ଦନ୍ତାହାତୀର ମୃତଦେହ । ଅଁଳାବରେଣୀ ବନାଞ୍ଚଳ ଜାମୁଝରୀ ଗାଁରେ ଦନ୍ତାହାତୀର ମୃତ୍ୟୁ । ମୃତ ହାତୀର ବୟସ ୨୫ରୁ ୩୦ ମଧ୍ୟରେ ହେବ । ଅନ୍ୟ ଏକ ଦନ୍ତା ସହ ସଂଘର୍ଷରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁସାରେ,ସୁନାଝରି ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ମୃତଦେହ ପଡ଼ିଥିବା ନେଇ କେତେଜଣ ଗ୍ରାମବାସୀ ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସୁନାଝରି ଜଙ୍ଗଲରେ ଥିବା ହାତୀପଲ ମଧ୍ୟରେ ଥିବା କିଛି ଦନ୍ତାହାତୀଙ୍କ ମଧ୍ୟରେ ଲଢ଼େଇ ଲାଗିବାରୁ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।
Views: 18