ନୂଆଦିଲ୍ଲୀ : ପୁଣି ବାଂଲାଦେଶ ଅଶାନ୍ତ । ଶେଖ୍ ହସିନାଙ୍କ ଭାଷଣକୁ ନେଇ ତୁମୁଳକାଣ୍ଡ । ଅନଲାଇନରେ ବିବାଦୀୟ ଭାଷଣକୁ ନେଇ ଟାର୍ଗେଟରେ ହସିନା । ଶେଖ୍ ହସିନାଙ୍କ ବାପା ମୁଜିବୁର ରେହମାନଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ । ଘରେ ପଶି ଭଙ୍ଗାରୁଜା କଲେ ହଜାର ହଜାର ଆନେ୍ଦାଳନକାରୀ । ହାସିନାଙ୍କ ଦଳ ଆୱାମୀ ଲିଗକୁ ବ୍ୟାନ କରିବାକୁ ବିକ୍ଷୋଭକାରୀ ଦାବି କରିଛନ୍ତି । ବାଂଲାଦେଶର ବର୍ତ୍ତମାନର ଶାସକଙ୍କ ବିରୋଧରେ ଏକାଠି ହୋଇ ବିରୋଧ କରିବାକୁ ଶେଖ ହସିନା ନିଜ ଭାଷଣରେ ଦେଶବାସୀଙ୍କୁ ଅପିଲ କରିଥିଲେ । ଏପଟେ ଶେଖ ମୁଜିବରଙ୍କ ଘରେ ନିଆଁ ଲଗାଯିବା ଘଟଣାକୁ ଶେଖ ହସିନା ନିନ୍ଦା କରିଛନ୍ତି।ଅନ୍ୟପଟେ ବାଂଲାଦେଶରେ ଏକ ବିଦ୍ରୋହ ପରେ କ୍ଷମତାକୁ ଆସିଥିବା ମହମ୍ମଦ ୟୁନୁସଙ୍କ ଶାସନରେ, ଦଙ୍ଗାକାରୀମାନେ ଖୋଲାଖୋଲି ଭାବେ ରକ୍ତପାତ ଏବଂ ହିଂସାକାଣ୍ଡରେ ଲିପ୍ତ ଥିବା ଦେଖାଯାଉଛି । ବୁଧବାର ଦିନ ପ୍ରଦର୍ଶନକାରୀମାନେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଧାନମଣ୍ଡି-୩୨ ବାସଭବନରେ ଆକ୍ରମଣ ଏବଂ ଭଙ୍ଗାରୁଜା କରିଛନ୍ତି। ଆଶ୍ଚର୍ୟ୍ୟଜନକ କଥା ହେଉଛି ସୋସିଆଲ ମିଡିଆରେ ‘ବୁଲଡୋଜର ରାଲି’ ଘୋଷଣା ପରେ ଏହି କାଣ୍ଡ ଘଟିଛି।
ପୁଣି ଅଶାନ୍ତ ବାଂଲାଦେଶ, ଶେଖ୍ ହସିନାଙ୍କ ଭାଷଣକୁ ନେଇ ତୁମୁଳକାଣ୍ଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











