ନୂଆଦିଲ୍ଲୀ : ପୁଣି ଅପରିବର୍ତ୍ତିତ ରହିବ ରେପୋ ରେଟ । ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକରେ ଫଳାଫଳ ପ୍ରକାଶ ପାଇଛି। ରିଜର୍ଭ ବ୍ୟାଙ୍କ ପୁଣି ଥରେ ରେପୋ ରେଟ୍ କୁ ୬.୫% ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ଫଳରେ ଇଏମଆଇ କ୍ଷେତ୍ରରେ କୌଣସି ଆଶ୍ୱସ୍ତି ମିଳିନାହିଁ । ଦେଶରେ ଲୋକସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ଏହି ବୈଠକ ହୋଇଛି ।
Views: 96











