The Ultimate Managed Hosting Platform
ADVERTISEMENT

ପୁଞ୍ଚରେ ପାକିସ୍ତାନ ଉପରେ ବର୍ଷିଲେ ଶାହା, ହାଫିଜ-ମାସୁଦ ଆମକୁ ଦିଅ :ରାଜନାଥ

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଞ୍ଚରେ ପାକିସ୍ତାନ ଉପରେ ବର୍ଷିଲେ ଶାହା । ଅପରେସନ ସିନ୍ଦୂର ପାକିସ୍ତାନକୁ ଉଚିତ ଜବାବ ଦେଇଛି । କୈାଣସି ପ୍ରକାର ଆକ୍ରମଣକୁ ଭାରତ ବରଦାସ୍ତ କରିବନି । ପାକିସ୍ତାନ ସାଧାରଣ ନାଗରିକଙ୍କ ଘର , ମନ୍ଦିରକୁ ଟାର୍ଗେଟ କଲା । ଆମେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ମୁଖ୍ୟାଳୟକୁ ଧ୍ୱଂସ କଲୁ । ଜମ୍ମୁ କାଶ୍ମୀରର ବିକାଶ ଥମିବନି । ପୂର୍ବ ଭଳି ବିକାଶ ଜାରି ରହିବ । ପାକିସ୍ତାନକୁ କଡା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ହାଫିଜ ସୟିଦକୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ଚେତାବନୀ । ଆତଙ୍କବାଦୀ ସୟିଦ ହାଫିଜ ଓ ମାସୁଦ ଆଜହରକୁ ପାକିସ୍ତାନ ହସ୍ତାନ୍ତର କରୁ । କେବଳ ଭାରତ ନୁହେଁ, ଜାତିସଂଘର ମୋଷ୍ଟ ୱାଣ୍ଡେଡ ଆତଙ୍କବାଦୀ ତାଲିକାରେ ଉଭୟ ଅଛନ୍ତି । ଅପରେସନ ସିନ୍ଦୂର ଶେଷ ହୋଇନି , କେବଳ ସ୍ଥଗିତ ରଖାଯାଇଛି । ଯଦି ପୁଣି ପାକିସ୍ତାନ ସମାନ ଭୁଲ କରେ, ଆହୁରି କଡା ଜବାବ ଦିଆଯିବ ।
ପ୍ରତିରକ୍ଷା ମନ୍ତ୍ରୀ ନୌସେନା ଅଧିକାରୀ ଓ କର୍ମଚାରୀଙ୍କୁ ଭେଟି ଉତ୍ସାହିତ କରିବା ସହ ଅପରେସନ ସିନ୍ଦୂରର ସଫଳତା ବିଷୟରେ ଆଲୋଚନା କରିଛନ୍ତି । ଭାରତୀୟ ନୌସେନାର ଏହି ପରାକ୍ରମୀ ସବମରିନ ଅପରେସନ ସିନ୍ଦୂର ସମୟରେ ଆରବ ସାଗରରେ ମୁତୟନ ହୋଇଥିଲା । ଉତ୍ତର ଆରବ ସାଗରରେ କ୍ୟାରିଅର ବ୍ୟାଟେଲ ଗ୍ରୁପ ସହ ନିୟୋଜିତ ହୋଇଥିଲା । ଯଦି ପାକିସ୍ତାନ କିଛି ମୂର୍ଖାମୀ କରେ ତେବେ INS ବିକ୍ରାନ୍ତ ଏହାର ଯୁଦ୍ଧପୋତ ସହ ଗ୍ରାଉଣ୍ଡକୁ ମଧ୍ୟ ଟାର୍ଗେଟ କରିବ। ଯାହାଦ୍ବାରା ଯୁଦ୍ଧବିରତୀ କରିବାକୁ ନିବେଦନ କରିଥିଲା ପାକିସ୍ତାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login