The Ultimate Managed Hosting Platform
ADVERTISEMENT

ପୀଠରେ ମହାନବମୀ ପୂଜା, ମଣ୍ଡପରେ ଅଷ୍ଟମୀ

Facebook
Twitter
LinkedIn

ଭୁବନେଶ୍ୱର : ଚାଲିଛି ପାର୍ବଣ ପୂଜା । ପୀଠରେ ନବମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଚାଲିଛି ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା । ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ରୀତିନୀତି ପୂଜାବିଧି ଅନୁସାରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଘଣ୍ଟଘଣ୍ଟା ଓ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ। ମାଆଙ୍କୁ ଦର୍ଶନ କରିବା ପାଇଁ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଆଧ୍ୟାତ୍ମିକ ଓ ଭକ୍ତି ମୟ ପରିବେଶ ମଧ୍ୟରେ ଭକ୍ତ ମାନେ ମାଆଙ୍କ ବେଶ ଦର୍ଶନ କରି କରୁଣା ଲାଭ କରୁଛନ୍ତି । ନବରାତ୍ର ବ୍ରତ ଧାରଣ କରି ଭକ୍ତମାନେ ମାଆଙ୍କର ପୂଜାର୍ଚ୍ଚନା କରୁଛନ୍ତି। ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି ସୁଉଚ୍ଚ ତୋରଣ । ଟ୍ୱିନ ସିଟିରେ ମା ଦୁର୍ଗାଙ୍କ ପୂଜା ଖୁବ ଦୁମ ଧାମରେ ଚାଲିଛି । ମଣ୍ଡପରେମା ଦୁର୍ଗାଙ୍କ ନବମୀ ପୂଜା ଚାଲିଛି । ମା ଆଜି ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି । ମହା ନବମୀର ବିଶେଷତ୍ବ ହେଉଛି ଆଜି ମାନସିକ ଧାରୀ ମାନେ ବିଭିନ୍ନ ବଳି ଦେଇଥାନ୍ତି ହେଲେ ତାହା ପାରିବର୍ତ୍ତନ ହୋଇଛି ଏହି ପ୍ରଥା ବନ୍ଧ ହୋଇଛି ତେବେ ମନ୍ଦିର ରୀତିକାନ୍ତି ଠିକରେ ଚାଲିଛି । ଭୋର ୩ ଟାରୁ ପାହଡ ଖୋଲିବା ପରେ ସ୍ନାନ, ଚନ୍ଦନ ଲାଗି, ବଲ୍ଲଭ, ମାଜଣା, ପ୍ରଥମ ଧୂପ ସରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login