ନୂଆଦିଲ୍ଲୀ : ପିଲାଙ୍କୁ ମନା ସୋସିଆଲ ମିଡିଆ । ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିବ କଟକଣା । ଏଣିକି ସାମାଜିକ ଗଣମାଧ୍ୟମରେ ଆକାଉଣ୍ଟ ଖୋଲିବାକୁ ଦରକାର ହେବ ଅଭିଭାବକଙ୍କ ଅନୁମତି । ଅଭିଭାବକମାନେ ଅନୁମତି ଦେଇଛନ୍ତି କି ନାହିଁ ସେ ସମ୍ପର୍କରେ ମଧ୍ୟ ଯାଞ୍ଚ ହେବ । ପ୍ରାୟ ୪୧ ମାସ ପୂର୍ବରୁ ଡିଜିଟାଲ ଡାଟା ସିକ୍ୟୁରିଟି ବିଲ୍ ୨୦୨୩ କୁ ସଂସଦ ଅନୁମୋଦନ କରିଥିଲା, ଯାହା ପରେ ଏହି ଡ୍ରାଫ୍ଟ ନିୟମାବଳୀ ଜାରି କରାଯାଇଛି । ତେବେ ଶିକ୍ଷାନୁଷ୍ଠାନ ଓ ଶିଶୁ କଲ୍ୟାଣ ସଂଗଠନକୁ ଏହି ନିୟମରୁ ବାଦ ଦିଆଯାଇଛି । ୧୮ ବର୍ଷରୁ କମ୍ ପିଲାଙ୍କ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ କଟକଣା ଜାରି ପାଇଁ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଅଧିନିୟମ, ୨୦୨୩ରେ ସଂଶୋଧନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ନାଗରିକଙ୍କ ମତାମତ ଲୋଡା ଯାଇଛି । ଏହି ଚିଠା ଆଇନରେ ପିଲାମାନଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷା ପାଇଁ କଠୋର ପଦକ୍ଷେପ ଆପଣାଇବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହି ଆଇନର ଉଲ୍ଲଂଘନ କଲେ କମ୍ପାନିକୁ ୨୫୦ କୋଟି ଟଙ୍କା ପର୍ୟ୍ୟନ୍ତ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ । ଶିଶୁ ଓ ଦିବ୍ୟାଙ୍ଗମାନଙ୍କ ତଥ୍ୟ ପ୍ରକ୍ରିୟାକରଣ ପୂର୍ବରୁ ଅଭିଭାବକଙ୍କ ଅନୁମତି ନେବାକୁ ଚିଠା ଆଇନରେ ବ୍ୟବସ୍ଥା କରାଯାଇଛି । ଏଥିରେ ଇ-କମର୍ସର ମଧ୍ୟ ସଂଜ୍ଞା ନିର୍ଧାରଣ କରାଯାଇଛି । ଅନଲାଇନ୍ ଗେମିଂରେ ମଧ୍ୟସ୍ଥ ସଂସ୍ଥାର ମଧ୍ୟ ସଂଜ୍ଞା ଧାର୍ୟ୍ୟ କରାଯାଇଛି ।
ପିଲାଙ୍କୁ ସୋସିଆଲ ମିଡିଆ ମନା, ଆକାଉଣ୍ଟ ଖୋଲିବାକୁ ଦରକାର ଅଭିଭାବକଙ୍କ ଅନୁମତି

Facebook
Twitter
LinkedIn
Facebook
Twitter
LinkedIn
Recent News
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...
MKCGରେ ଇଣ୍ଟର ମିଟ୍ ; ୩ ଛାତ୍ର ଆହତ
ବ୍ରହ୍ମପୁର : ଏମକେସିଜିରେ ଇଣ୍ଟର ମେଡିକାଲ ମିଟ ବେଳେ ୩ ଛାତ୍ର ଆହତ । କଟକ ଏସସିବିର ୩ ଛାତ୍ର ଉତ୍ସବ ପାଳନ ବେଳେ ଆହତ ।...