The Ultimate Managed Hosting Platform
ADVERTISEMENT

ପିଓକେ ଆମର , ସେଠିକାର ଲୋକ ଭାରତକୁ ଫେରିବେ ; ରାଜନାଥ ସିଂ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ପୁଣିଥରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଆଉ ଅଳ୍ପ ଦିନରେ ପିଓକେ ଆମର ହେବ । ସେଠିକାର ଲୋକ ଭାରତକୁ ଫେରିବେ । ଆତଙ୍କବାଦ କାରବାର କରୁଥିବା ଲୋକଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବହୁତ ଅଗ୍ରଗତି କରିଛି । ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନ ଅଧିକୃତ କଶ୍ମୀର ବିଷୟରେ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଥିଲେ । ରାଜନାଥ ସିଂହ ପାକିସ୍ତାନକୁ ଟାର୍ଗେଟ କରି ପିଓକେର କଥା କହିଥିଲେ । ସେ କହିଥିଲେ, “ପିଓକେର ଥିବା ସମସ୍ତେ ଆମ ନିଜର, ସେମାନଙ୍କୁ କେବଳ ଭ୍ରମିତ କରାଯାଉଛି । ପିଓକେ ଆମର ଏକ ଅଂଶ ଏବଂ ମୋର ବିଶ୍ବାସ, ଦିନେ ନା ଦିନେ ପିଓକେ ନିଜେ କହିବ ଯେ, ସେ ଭାରତର ଏକ ଅଂଶ ।” ପିଓକେରେ ଥିବା ଅଧିକାଂଶ ଲୋକ ଭାରତ ସହିତ ଗଭୀର ସମ୍ପର୍କ ଅନୁଭବ କରନ୍ତି । କେବଳ ଅଳ୍ପ କେତେଜଣ ଭୁଲ ରାସ୍ତାରେ ଚାଲିଛନ୍ତି । ପିଓକେରେ ରହୁଥିବା ଆମ ଭାଇମାନେ ବୀର ଯୋଦ୍ଧା ମହାରାଣା ପ୍ରତାପଙ୍କ ଛୋଟ ଭାଇ ଶକ୍ତି ସିଂହଙ୍କ ସହ ସମାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login