The Ultimate Managed Hosting Platform
ADVERTISEMENT

ପିଆଜରେ ସବୁଠୁ ବଡ ସାଣ୍ଟା କ୍ଲଜ, ବିଶ୍ୱ ରେକର୍ଡ ହାସଲ କଲେ ସୁଦର୍ଶନ ପଟ୍ଟନାୟକ

Facebook
Twitter
LinkedIn

ପୁରୀ : ଆଜି ହେଉଛି ପବିତ୍ର ବଡ ଦିନ । ଏହି ଦିନରେ ପୁରୀ ବେଳା ଭୂମିରେ ବାଲୁକା କଳା ନିର୍ମାଣ କରି ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ରେକର୍ଡ ହାତେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପବିତ୍ର ବଡ ଦିନ ଵା କ୍ରୀଷ୍ଟମାସ ଅବସରରେ ପୁରୀ ବ୍ଲୁ ଫ୍ଲାଗ ବୀଚ ଠାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।
କ୍ରିସମାସ ଅବସରରେ ବାଲୁକା କଳାରେ ଗିଫ୍ଟ ଏ ପ୍ଲାଣ୍ଟ, ଗ୍ରୀନ ଦ ଆର୍ଥର ବାର୍ତ୍ତା । ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢ଼ିଛନ୍ତି ବିଶ୍ଵର ସବୁଠାରୁ ବଡ ସାଣ୍ଟା କ୍ଲଜ୍ । ଏହି ବାଲୁକାକଳାରେ ୨ ଟନ୍ ଓଜନର ପ୍ରାୟ ୧ଲକ୍ଷ ପିଆଜର ବ୍ୟବହାର କରି ନିର୍ମିତ ହୋଇଛି ଏହି ସାଣ୍ଟା କ୍ଲଜ । ବ୍ଲୁ ଫ୍ଲାଗ ବିଚରେ ୧୦୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚତାର ଏହି ବାଲୁକାକଳାକୁ ପ୍ରସ୍ତୁତ କରିବା ପାଇଁ ସୁଦର୍ଶନ ଓ ତାଙ୍କ ବାଲୁକାକଳା ଅନୁଷ୍ଠାନର ୩୧ ଜଣ ପିଲାଙ୍କୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା । ଏହି ଅବସରରେ ସୁଦର୍ଶନଙ୍କ ସମ୍ମାନ ସୂଚୀରେ ଯୋଡ଼ି ହେଇଛି ଆଉ ଏକ ନୂଆ ଆୱାର୍ଡ଼ ଙ୍ଗକ୍ଟକ୍ସକ୍ଷୟ world record books of India । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ତେବେ ବ୍ଲୁ ଫ୍ଲାଗ ବୀଚଠାରେ ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ପକ୍ଷରୁ ସୁଦର୍ଶନ ପଟ୍ଟନାୟକଙ୍କୁ ମେଡାଲ ଏବଂ ପ୍ରଣାମପତ୍ର ପ୍ରଦାନ କରାଯାଇଛି । ଏହି ବାଲୁକା କଳା ଦେଖିବାକୁ ବେଳାଭୂମି ରେ ପର୍ୟ୍ୟଟକ ମାନଙ୍କର ଖୁବ ଭିଡ ଜମିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login