ନୂଆଦିଲ୍ଲୀ : ନୃଶଂସ ବାପା, ସାଜିଲା ପିଶାଚ । ପାରିବାରିକ କଳହରୁ ୩ ନାବାଳିକା ଝିଅର ତଣ୍ଟି କାଟିଲା ବାପା । ଝିଅଙ୍କ ଗଳା କାଟିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବ୍ୟକ୍ତି । କେରଳର କୋଟ୍ଟାୟମ ଜିଲ୍ଲା ପାଲାରେ ଘଟିଛି ଏମିତି ଘଟଣା । ବ୍ୟକ୍ତି ଜଣକ ନିଜ ୩ ନାବାଳିକା ଝିଅଙ୍କ ତଣ୍ଟି କାଟି ନିଜେ ଆତ୍ମହତ୍ୟା କରିଛନ୍ତି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି ।
ରାମାପୁରମ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି, ଚେଟ୍ଟୁକୁଲମ କଲୋନୀ ନିବାସୀ ବ୍ୟକ୍ତି ଜଣକ ନିଜ ୩ ନାବାଳିକା ଝିଅ ଶୋଇବା ପରେ ତାଙ୍କ ଉପରେ ଆକ୍ରମଣ କରି ତଣ୍ଟି କାଟିଦେଇଥିଲା । ସେମାନେ କୌଣସି ମତେ ଖସି ପଡୋଶୀ ଘରକୁ ଚାଲିଯାଇଥିଲେ । ଆଉ ନିଜ ସଂପର୍କୀୟଙ୍କୁ ଖବର ଦେଇଥିଲେ । ସଂପର୍କୀୟ ଆସି ଦେଖିବା ବେଳକୁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିନେଇଥିଲେ ।
ବୈବାହିକ କଳହ ଯୋଗୁଁ ପତ୍ନୀ ଛାଡି ଚାଲିଯିବା ପରେ ବ୍ୟକ୍ତି ଜଣକ ୩ ଝିଅକୁ ଧରି ରହୁଥିଲେ । ଦିନକୁ ଦିନ ଝଗଡା ବଢିଚାଲିଥିବାରୁ ୩ ଝିଅଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । ପୋଲିସ ଏହି ମାମଲାରେ ଆଇପିସି ଧାରା ୩୦୭, ୩୨୪, ୭୭ ଅଧିନରେ ମାମଲା ରୁଜୁ କରି ତଦନ୍ତ କରୁଛି ।
ପାରିବାରିକ କଳହ ; ୩ ନାବାଳକ ଝିଅର ତଣ୍ଟିକାଟି ନିଜେ ଆତ୍ମହତ୍ୟା କଲା ବାପା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











