ଭଞ୍ଜନଗର : ପାଣି ସମସ୍ୟା ସମାଧାନ ଦାବିରେ ତାତିଲେ ଲୋକେ । ରାସ୍ତାରେ ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଜଗନ୍ନାଥପ୍ରସାଦ ଥାନା ଗୋଛାବାଡି ଗାଁ ଲୋକଙ୍କ ରାସ୍ତାରୋକ । ରାସ୍ତାରୋକ ଯୋଗୁଁ ଭଞ୍ଜନଗର-ଭୁବନେଶ୍ୱର ଯାତାୟାତ ପ୍ରଭାବିତ । ଗାଁକୁ ୮ ମାସ ଧରି ପିଇବା ପାଣି ଆସୁ ନଥିବାରୁ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ପିଇବା ପାଣି ପାଇଁ ବାରମ୍ବାର ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ସମାଧାନ ହେଉନାହିଁ । ଦୁଇ ଘଣ୍ଟା ହେଲା ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହାନ ଅଟକି ରହିଛି ।
Views: 95











