The Ultimate Managed Hosting Platform
ADVERTISEMENT

ପାଟୁଆ ଯାତ୍ରାରେ ବିଦ୍ୟୁତ ତାର ଲାଗି ଅଘଟଣ ଘଟଣା ; ଜିଲ୍ଲାପାଳଙ୍କ ତଦନ୍ତ ନିଦେ୍ର୍ଦଶ

Facebook
Twitter
LinkedIn

ଭଦ୍ରକ : ପାଟୁଆ ଯାତ୍ରାରେ ଅଘଟଣ ଘଟଣାରେ ଜିଲ୍ଲାପାଳ ଦେଲେ ତଦନ୍ତ ନିଦେ୍ର୍ଦଶ । ଅଘଟଣ ନେଇ ତଦନ୍ତ ନିଦେ୍ର୍ଦଶ ଦେଲେ ଭଦ୍ରକ ଜିଲ୍ଲାପାଳ । ନିଦେ୍ର୍ଦଶ ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ ଆରମ୍ଭ । ଡିଜେ ଗାଡିରେ ବିଦ୍ୟୁତ ତାର ଲାଗି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ରବିବାର ରାତିରେ ନୂଆନନ୍ଦ ଗାଁରେ ଚାଲିଥିବା ପାଟୁଆ ଯାତ୍ରା ସମୟରେ ଏହି ଅଘଟଣ ଘଟିଛି । ଡିଜେ ଗାଡ଼ିରୁ ବିଦ୍ୟୁତ୍ ସଂସ୍ପର୍ଶ ହେବା କାରଣରୁ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ସ୍ଥାନୀୟ ପୋଲିସ ଏବଂ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡିଜେ ଗାଡ଼ିର ଉଚ୍ଚତା ଯୋଗୁଁ ଏହା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା । ଏହି ଘଟଣା ଗାଁରେ ଶୋକର ଛାୟା ଖେଳାଇ ଦେଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login