ବାଲେଶ୍ୱର : ପାଗଳା କୁକୁର କାମୁଡାରେ ୧୦ରୁ ଅଧିକ ଗୁରୁତର । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ବଜାରରେ ପାଗଳ କୁକୁର ଆତଙ୍କ । ଜିନିଷ କିଣିବା ପାଇଁ ଆସିଥିବା ବେଳେ ପାଗଳ କୁକୁରଟି ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡି ଥିଲା । ସମସ୍ତ ଗୁରୁତରଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୫ ଜଣ ମହିଳା ଆଛନ୍ତି । ଅନ୍ୟପଟେ ଘଟଣାର ଖବର ପାଇ ପାଗଳ କୁକୁରକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛି ବନ ବିଭାଗ ।କୁକୁର ପ୍ରାର୍ଦୁଭାବରେ ପଥଚାରୀ, ଦୁଇ ଚକିଆ ଯାନ ଚାଳକ ଓ ବିଶେଷକରି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନେ ଭୟଭୀତ ହୋଇପଡୁଛନ୍ତି । ବିଶେଷକରି ସନ୍ଧ୍ୟା ସମୟ ଅତିକ୍ରାନ୍ତ ପରେ ଏହି ବୁଲାକୁକୁରମାନଙ୍କର ଆତଙ୍କ ବଢି ଯାଉଛି।
Views: 50











