ଇସଲାମବାଦ: ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଭୁକମ୍ପର ତୀବ୍ରତା ୫.୨ । କାଳ ୫.୩୫ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ସୂଚନା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ମିଳିନାହିଁ । ତେବେ ଭୂକମ୍ପ ଝଟକା ପରେ ଲୋକମାନେ ଘରୁ ଦୌଡ଼ି ବାହାରକୁ ପଳାଇ ଥିଲେ ।
ତେବେ ଏହାପୂର୍ବରୁ ଗତ ଶନିବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ପାକିସ୍ତାନରେ ୪.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଆଉ ୪ ଦିନ ପରେ ପୁଣି ପାକିସ୍ତାନରେ ଭୂକମ୍ପ ହୋଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ଭିତରେ ୧୮ କିଲୋମିଟର ଥିଲା ।
Views: 74