The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପାକିସ୍ତାନରେ ବିସ୍ଫୋରଣ ; ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି । ୧୫୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି । ବିସ୍ଫୋରଣ ପଛରେ ଆଇଏସର ସମ୍ପୃକ୍ତି ଥିବା ସନେ୍ଦହ । ଏକ ରାଲି ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଖାଇବର ପକଙ୍କୁଙ୍ଖୱା ପ୍ରୋଭନ୍ସର ବଜଉର ଖାରରେ ବିସ୍ଫୋରଣ ।
ସୂଚନା ଅନୁସାରେ, ପାକିସ୍ତାନର ଖୈବର ପଖତୁନ୍ଖୱାର ବାଜୋର ଅଞ୍ଚଳରେ ଜମିୟତ୍ ଉଲେମା-ଇ-ଇସଲାମ-ଫଜଲର ବୈଠକ ଚାଲିଥିବା ବେଳେ ଏହି ବୋମା ବିସ୍ଫୋରଣ ଘଟିଥିଲା। ବୈଠକରେ ଯୋଗଦେବାକୁ ଅନେକ କାର୍ୟ୍ୟକର୍ତ୍ତା ଆସିଥିଲେ। କୁହାଯାଉଛି ଯେ ଏତେ ସଂଖ୍ୟକ ଲୋକ ଯୋଗ ଦେଇଥିବାରୁ ଆତଙ୍କବାଦୀମାନେ ଏହି ବୈଠକକୁ ଟାର୍ଗେଟ୍ କରିଥିଲେ ଏବଂ ଏଠାରେ ବିସ୍ଫୋରଣ କରିଥିଲେ। ବୋମା ବିସ୍ଫୋରଣ ପରେ ଦୁର୍ଘଟଣାସ୍ଥଳରେ ଭୟର ବାତାବରଣ ଖେଳିଯାଇଛି। ବିସ୍ଫୋରଣ ପରେ ପୋଲିସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ୟ୍ୟ ଚଳାଇଛନ୍ତି। ସେପଟେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୋଲିସ କହିଛି। ପୋଲିସ ସୂଚନା ଅନୁସାରେ, ଏହି ବିସ୍ଫୋରଣ ସଭାସ୍ଥଳ ଭିତରେ ହୋଇଛି। ତେବେ ପୋଲିସ ଏ ପର୍ୟ୍ୟନ୍ତ ବିସ୍ଫୋରଣର କାରଣ ସ୍ପଷ୍ଟ କରିନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login