The Ultimate Managed Hosting Platform
ADVERTISEMENT

ପାକିସ୍ତାନରେ ପାଠ ପଢିଲେ ଭାରତରେ ମିଳିବନି ଚାକିରି

Facebook
Twitter
LinkedIn

ପାକିସ୍ତାନ ପ୍ରତି ଭାରତର କଡା ଆଭିମୁଖ୍ୟ । ପାକିସ୍ତାନରେ ପାଠ ପଢିଲେ ଭାରତରେ ଚାକିରି ମିଳିବନି । ପାକିସ୍ତାନକୁ ଉଚ୍ଚଶିକ୍ଷା ପାଇଁ ନ ଯିବାକୁ ଦିଆଗଲା ପରାମର୍ଶ । ଦେଶର ନାଗରିକ ଓ ପ୍ରବାସୀମାନଙ୍କୁ ପରାମର୍ଶ ଦିଆଯାଇଛି । ପାକିସ୍ତାନରେ ପଢିଲେ ଶିକ୍ଷା ଓ ଚାକିରିରେ ସୁଯୋଗ ମିଳିବନି । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ୟୁଜିସି ଓ ଏଆଇସିଟିଇ ପକ୍ଷରୁ ମିଳିତ କୁହାଯାଇଛି ଯେ, ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ଆଡମିଶନ କରନ୍ତୁ ନାହିଁ, ନଚେତ୍ ସେମାନେ ଭାରତରେ ଚାକିରି ସହ ଦେଶରେ ଉଚ୍ଚଶିକ୍ଷା କରିବାକୁ ଯୋଗ୍ୟ ହେବେ ନାହିଁ। ସମସ୍ତ ଭାରତୀୟ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦିଆଯାଇଛି । ଯଦି ପାକିସ୍ତାନରେ ହାସଲ କରିଥିବା ଏଭଳି ଶିକ୍ଷାଗତ ଯୋଗ୍ୟତା ଆଧାରରେ ଭାରତରେ କୌଣସି ଚାକିରି ପାଇଁ ଆବେଦନ କରିବେ ବା ଉଚ୍ଚଶିକ୍ଷା କରିବାକୁ ଆବେଦନ କରିବେ ତେବେ ତାଙ୍କୁ ଅନୁମତି ମିଳିବ ନାହିଁ ।ତେବେ ପାକିସ୍ତାନରୁ ଯେଉଁମାନେ ଭାରତ ଆସିଛନ୍ତି ସେମାନଙ୍କୁ ଏହି ନିର୍ଦ୍ଦେଶନାମାରୁ ମୁକ୍ତ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ସେହିଭଳି ଆଡ଼ଭାଇଜାରୀ ଜାରି କରି କୁହାଯାଇଛି ଯେ ଯେଉଁ ପ୍ରବାସୀମାନେ ତଥା ସେମାନଙ୍କ ପିଲାମାନେ ପାକିସ୍ତାନରେ ଉଚ୍ଚଶିକ୍ଷା ଡିଗ୍ରି ହାସଲ କରିଛନ୍ତି ଏବଂ ସେମାନଙ୍କୁ ଭାରତ ସରକାର ନାଗରିକତ୍ୱ ପ୍ରଦାନ କରିଛନ୍ତି, ସେମାନେ ଗୃହ ମନ୍ତ୍ରାଳୟର ସୁରକ୍ଷା ମଞ୍ଜୁରୀ ପାଇବା ପରେ ଭାରତରେ ଚାକିରି ପାଇବାକୁ ଯୋଗ୍ୟ ହେବେ’।

ସୂଚନା ଥାଉ କି କିଛି ଦିନ ତଳେ ଉଭୟ ୟୁଜିସି ଓ ଏଆଇସିଟିଇ ମିଳିତ ଆଡ଼ଭାଇଜାରୀ ଜାରି କରି କହିଥିଲେ ଯେ ଭାରତୀୟ ଛାତ୍ରଛାତ୍ରୀମାନେ ଚୀନର ବିଶ୍ୱବିଦ୍ୟାଳୟମାନଙ୍କରେ ଆଡମିଶନ ନିଅନ୍ତୁ ନାହିଁ । କୋଭିଡ -୧୯ ମହାମାରୀ ପରେ ଚୀନ୍ ସରକାରଙ୍କ ଦ୍ୱାରା ଯାତ୍ରା ପ୍ରତିବନ୍ଧକ ଲାଗୁ ହେବା ପରେ ଏହି ଆଡ଼ଭାଇଜାରୀ ଆସିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login