ବେଲୁଚିସ୍ତାନ : ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ଟ୍ରେନ ଅପହରଣ ସହ ୬ ସେନା ଅଧିକାରୀଙ୍କୁ ହତ୍ୟା ସୂଚନା । ଜାଫର ଏକ୍ସପ୍ରେସ ଟ୍ରେନ ଅପହରଣ କଲେ ଆତଙ୍କବାଦୀ । ଟ୍ରେନରେ ଥିବା ୪୦୦ ଯାତ୍ରୀ ପଣବନ୍ଦୀ ଥିବା ସୂଚନା । ଟ୍ରେନଟି କ୍ବେଟାରୁ ପେଶାୱର ଯାଉଥିଲା ।ସୂଚନା ଅନୁସାରେ ପାକିସ୍ତାନ ରେଳପଥ ଅନ୍ତର୍ଗତ ଜାଫର ଏକ୍ସପ୍ରେସକୁ ବେଲୁଚି ଲିବରେସନ ଆର୍ମି (ବିଏଲଏ)ର ସଶସ୍ତ୍ର ବିଦ୍ରୋହୀମାନେ ବୋଲାନଠାରେ ଅପହରଣ କରିନେଇଥିବା ଦାବି କରିଛନ୍ତି । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଥିଲେ ।ଆତଙ୍କବାଦୀମାନେ ଦାବି କରିଛନ୍ତି ଯେ, ସେମାନେ ମହିଳା, ପିଲା ଏବଂ ବାଲୁଚ୍ ଯାତ୍ରୀମାନଙ୍କୁ ମୁକ୍ତ କରିଛନ୍ତି, ବାକି ସମସ୍ତ ବନ୍ଧକ ପାକିସ୍ତାନୀ ସେନାର କର୍ମଚାରୀ । ତେବେ ବାଲୁଚ୍ ଅଧିକାରୀ କିମ୍ବା ରେଳବାଇ ଏପର୍ୟ୍ୟନ୍ତ ଆକ୍ରମଣ ଏବଂ ବନ୍ଧକଙ୍କ ସ୍ଥିତି ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି । ଯଦି ପାକିସ୍ତାନୀ ସେନା କିଛି କାର୍ୟ୍ୟାନୁଷ୍ଠାନ କରେ, ତେବେ ସମସ୍ତ ବନ୍ଧକକୁ ହତ୍ୟା କରିବାକୁ ଚେତାବନୀ ଦିଆଯାଇଛି । ପାକ୍ ସେନା ଓ ସରକାର ଦାୟୀ ରହିବେ ବୋଲି ବିଏଲଏ କହିଛି ।
ପାକିସ୍ତାନରେ ଟ୍ରେନ ଅପହରଣ କଲେ ଆତଙ୍କବାଦୀ, ଶତାଧିକ ଯାତ୍ରୀ ପଣବନ୍ଦୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











