ନୂଆଦିଲ୍ଲୀ : ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କଡା ସନେ୍ଦଶ । ଆମେ ପାକିସ୍ତାନକୁ ପରୀକ୍ଷାରେ ରଖିଛୁ କହିଲେ । ଯଦି ଏହାର ଆଚରଣରେ ଉନ୍ନତି ଆସେ , ତେବେ ଠିକ । ନଚେତ, ପାକିସ୍ତାନକୁ କଠୋରତମ ଦଣ୍ଡ ଦିଆଯିବ । ପାକିସ୍ତାନ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଶକ୍ତିକୁ ସ୍ୱୀକାର କରିଛି । ଆମ ଦେଶରେ ଏକ ପୁରାତନ କଥା ଅଛି ଦିନରେ ତାରା ଦେଖାଇବା । ସ୍ୱଦେଶୀ ଜ୍ଞାନ କୈାଶଳରେ ନିର୍ମିତ ବ୍ରହ୍ମୋସ ଏହା କରି ଦେଖାଇଛି । ପାକିସ୍ତାନକୁ ରାତିର ଅନ୍ଧକାର ଭିତରେ ଦିନରେ ଉଜାଲା ଦେଖାଇଲା । ଭୁଜ ବାୟୁସେନା ଷ୍ଟେସନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ବଡ ବୟାନ । ଅପରେସନ ସିନ୍ଦୂର ସମୟରେ ଆପଣ ଯାହା କଲେ ତାହା ଗର୍ବିତ । ଦେଶ ଭିତରେ ଓ ବାହାରେ ଥିବା ଭାରତୀୟ ସମସ୍ତେ ଗର୍ବିତ । ଆତଙ୍କବାଦକୁ ଦମମନ କରିବାକୁ ଭାରତୀୟ ବାୟୁସେନା ପାଇଁ ମାତ୍ର ୨୩ ମିନିୟ ଯଥେଷ୍ଟ ଥିଲା ବୋଲି କହିଲେ । ଟିଫିନ ଖାଇବା ପାଇଁ ଯେତିକି ସମୟ ଦରକାର ସେତିକିରେ ଖତମ । ଆପଣ ଶତ୍ରୁମାନଙ୍କ ଦେଳକୁ ଯାଇ କ୍ଷେପଣାସ୍ତ୍ର ପକାଇଥିଲେ । ପ୍ରତିଧ୍ୱନି ଭାରତ ସୀମାରେ ସୀମିତ ରହିଲା ନାହିଁ , ବିଶ୍ୱ ଦେଖିଲା । ସେହି ପ୍ରତିଧ୍ୱନି କେବଳ କ୍ଷେପଣାସ୍ତ୍ରର ନୁହେଁ , ଆପଣଙ୍କର ବୀରତ୍ୱ । ସଶସ୍ତ୍ର ବାହିନୀ ଯବାନଙ୍କ ସାହାସର ମଧ୍ୟ ଥିଲା ।
ଆମେ ଭଗବାନ ରାମଙ୍କୁ ଅନୁସରଣ କରି ଆଗକୁ ବଢୁଛୁ । ପ୍ରଭୁ ଶ୍ରୀରାମ ଆସୁରିକ ଶକ୍ତିକୁ ସମାପ୍ତ କରିବାକୁ ସଂକଳ୍ପ ନେଇଥିଲେ । ପୃଥିବୀକୁ ରାକ୍ଷସ ମୁକ୍ତ କରିବା ପାଇଁ ହାତ ଉଠାଇଛି କହିଥିଲେ । ଯେଉଁଭଳି ଭାବରେ ପ୍ରଭୁ ରାମ ତାଙ୍କର ବାହୁ ଉଠାଇଥିଲେ ବିଶ୍ୱକୁ ଦାନବ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ , ତାହା କରୁଛୁ । ସେହି ନୀତି ଅନୁସରଣ କରି ଆତଙ୍କୀ ମୂଳରୁ ଉଚ୍ଛେଦ ସଂକଳ୍ପ ନେଇଛୁ ।
ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚରମ ବାଣୀ ; ବଦଳିଗଲେ ଠିକ, ନଚେତ କଠୋର ଦଣ୍ଡ ,ଟିଫିନ ଖାଇବା ପାଇଁ ଯେତିକି ସମୟ ଦରକାର ସେତିକିରେ ଖତମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











