ନୂଆଦିଲ୍ଲୀ: ପାକିସ୍ତାନ ହାତରେ ଏବେ ବିପଦଜନକ ଭାବେ ଆକ୍ରମଣ କରୁଥିବା ଡ୍ରୋନ । ଏହି ଡ୍ରୋନ୍ ପାକିସ୍ତାନକୁ ତୁର୍କୀ ଦେଇଛି। ଏହି ଡ୍ରୋନର ନାମ ରହିଛି ‘ବୈରାକତାର ଆକିଂସି ହେଲ’ । ଏହା ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଡ୍ରୋନ । ଏହି ଡ୍ରୋନ ଅଧିକ ଉଚ୍ଚାରେ ଉଡି ପାରିବ । ଏହା ଶତ୍ରୁ ଉପରେ ତିଖ୍ଣ ନଜର ରଖିବା ସହ ଆକ୍ରମଣ ବି କରିପାରେ । କେବଳ ଏତିକି ନୁହେଁ ଏହା ବମ୍ କିମ୍ବା ମିଶାଇଲକୁ ବି ଉଡାଇପାରେ । ହାଲେର ପୂରା ନାଁ ହେଲା ହାଇ ଆଟିଟ୍ୟୁଡ ଲଙ୍ଗ୍ ଏଣ୍ଡସ୍ୟୁରାନ୍ସ । ଏହି ଡ୍ରୋନ ଏବେ ପାକିସ୍ତାନକୁ ଦେଇଛି ତୁର୍କୀ । ହେଲେ ପ୍ରଥମ ବ୍ୟାଚରେ କେତେ ଡ୍ରୋନ୍ ପାକିସ୍ତାନକୁ ମିଳିଛି ତାହା ଜଣାପଡ଼ିନାହିଁ । କିନ୍ତୁ କୁହାଯାଉଛି ଯେ, ୬ରୁ ୭ଟି ଡ୍ରୋନ୍ ହୋଇପାରେ । ଏହି ଡ୍ରୋନକୁ ତୁର୍କୀର ବୈକାର କମ୍ପାନୀ ତିଆରି କରିଛି । ଏହା ପ୍ରଥମଥର ୨୦୧୯ ଡିସେମ୍ବର ୬ରେ ଉଡିଥିଲା । ସେବେଠୁ ଆଜି ଯାଏ ୨୩ ଟି ଡ୍ରୋନ୍ ତିଆରି ହୋଇସାରିଲାଣି । ଏହି ଡ୍ରୋନର ଟେକ୍ ଅଫ କ୍ଷମତା ରହିଛି ୫.୫ ଟନ୍ । ଏହି ଡ୍ରୋନରେ ଦୁଇଟି ଟୋରବୋପୋପ୍ ଇଞ୍ଜିନ ଲାଗିଛି । ଯାହା ଡ୍ରୋନକୁ ୭୫୦ ଏଚପି ଯାଏ ଶକ୍ତି ଦେଇଥାଏ । ଏହା ଆକାଶରେ କ୍ରୁଜ୍ ମିଶାଇଲକୁ ବି ଖସାଇପାରେ ବୋଲି କୁହାଯାଉଛି ।
ପାକିସ୍ତାନକୁ ଘାତକ ଡ୍ରୋନ ଦେଲା ତୁର୍କୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ
ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...
ଶିଶୁ କନ୍ୟାକୁ ଅସଦାଚରଣ !
ଯାଜପୁର : ୪ ବର୍ଷର ଶିଶୁକନ୍ୟାକୁ ଅସଦାଚରଣ ଅଭିଯୋଗ । ବନ୍ଧୁ ଘରକୁ ଆସିଥିବା ଯୁବକଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ । ଅଭିଯୁକ୍ତ ଯୁବକ ଅଟକ...
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ
ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...
ଓଭାଲ ଟେଷ୍ଟରେ ଭାରତର ବଡ ବିଜୟ
ନୂଆଦିଲ୍ଲୀ : ଓଭାଲ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତର ବଡ ବିଜୟ । ଆଟକିନସନଙ୍କୁ ବୋଲ୍ଡ କରି ବିଜୟ ଆଣିଲେ ସିରାଜ । ମାତ୍ର ୬ ରନରେ...