ନୂଆଦିଲ୍ଲୀ : ପହଲଗାମ୍ ଆକ୍ରମଣକୁ ୭ ଦିନ ବିତିଗଲାଣି । ଆଉ ୟାରି ଭିତରେ ଆତଙ୍କବାଦ ବିରୋଧରେ ଭାରତ ଅନେକ ପଦକ୍ଷେପ ନେଇଥିବା ବେଳେ ପାକିସ୍ତାନକୁ ପାନେ ଦେବାକୁ ବିଭିନ୍ନ କୂଟନୈତିକ ସ୍ତରରେ ଚାପ ପକାଇଲାଣି । ହେଲେ ଦେଶବାସୀ ପହଲଗାମ୍ ପ୍ରତିଶୋଧ ସିଧା ନେବାକୁ ଦାବି କରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଆଉ ପାଖାପାଖି ୪୦ ମିନିଟ୍ ଧରି ପହଲଗାମ୍ ହମଲା ଏବଂ ପରବର୍ତ୍ତୀ ପଦକ୍ଷେପ ବାବଦରେ ଆଲୋଚନା କରିଛନ୍ତି । ବୈଠକରେ ଏନଏସଏ ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ସେନାଧ୍ୟକ୍ଷଙ୍କୁ ଭେଟି ଅପରେସନ ବାବଦରେ ପ୍ରତିରକ୍ଷା ମନ୍ତ୍ରୀ ଅପଡେଟ୍ ନେଇଥିବା ସୂଚନା ରହିଛି । ସେପଟେ ବୈଠକ କିଛି ବଡ଼ ନିଷ୍ପତ୍ତି ହେବାର ସମ୍ଭାବନାକୁ ଆହୁରି ବଳିଷ୍ଠ କରିଛି । ଚର୍ଚ୍ଚା ହେଉଛି ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରି ପାରନ୍ତି ଭାରତ ସରକାର । ପହଲଗାମ ଆକ୍ରମଣର ପ୍ରତିଶୋଧ ନେବ ଭାରତ ।
ପହଲଗାମ ପ୍ରତିଶୋଧ : ପ୍ରଧାନମନ୍ତ୍ରୀ-ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











