ନୂଆଦିଲ୍ଲୀ : ଭାରତ ନେବ ପହଲଗାମ ଆକ୍ରମଣର ପ୍ରତିଶୋଧ । ସେଥିପାଇଁ ପ୍ରସ୍ତୁତ ହେଉଛି ଭାରତ । ହାଇ ଆର୍ଲଟରେ ରହିଛି ବାୟୁସେନା,ସ୍ଥଳସେନା । ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ଫ୍ରାନ୍ସରୁ ଆସିଥିବା ରାଫେଲ୍ ଯୁଦ୍ଧବିମାନ । ଗତକାଲି ରାତିରେ ପଞ୍ଜାବରେ ବ୍ଲାକ୍ଆଉଟ୍ ଅପରେସନ କରିଛି ସେନା । ଅର୍ଥାତ୍ ୨୦୧୯ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଭାରତ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ରାତିରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି ।ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ରାଫେଲ ଯୁଦ୍ଧବିମାନ । ରାଫେଲରେ ଆକ୍ରମଣ ପାଇଁ ରହିଛି ବିକଶିତ ଟେକ୍ନୋଲୋଜି । ଆକାଶରୁ ସ୍ଥଳ ୩୦୦ କିମି ଦୂର ଲକ୍ଷ୍ୟ ଭେଦି ପାରିବ ରାଫେଲ । ଆକାଶରୁ ଆକାଶ ୧୨୦ରୁ ୧୫୦ କିମି ଦୂରରେ ଆକ୍ରମଣ କରିପାରିବ । ଏହାକୁ ନେଇ ମୋଦୀଙ୍କ ସହ କଥା ହୋଇଛନ୍ତି ବାୟୁସେନା ମୁଖ୍ୟ । ଆତଙ୍କୀ ରାଷ୍ଟ୍ର ବିରୋଧରେ ସବୁ ପ୍ରକାରର ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି ଭାରତ । ଏବେ ରାତିରେ ଆକ୍ରମଣ ପାଇଁ ଭାରତ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି । କାରଣ ଗତକାଲି ପଞ୍ଜାବରେ ବ୍ଲାକଆଉଟ୍ ରିହର୍ସାଲ କରାଯାଇଛି ।
ପହଲଗାମ ଆକ୍ରମଣର ପ୍ରତିଶୋଧ : ପ୍ରସ୍ତୁତ ହେଲାଣି ରାଫେଲ, କୈାଣସି ବି ମୂହୁର୍ତ୍ତରେ ଏୟାରଷ୍ଟ୍ରାଇକ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











