ନୂଆଦିଲ୍ଲୀ : ପହଲଗାମ ଆକ୍ରମଣକୁ କଡ଼ା ନିନ୍ଦା କରିଛି ବ୍ରିକ୍ସ । ପ୍ରଧାନମନ୍ତ୍ରୀ ମୋଦିଙ୍କ ୮ଦିନିଆ ଗସ୍ତ କରିଛନ୍ତି । ଏବେ ରିଓ ଡି ଜେନେରିଓରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ମୋଦି । ସେଠାରେ ଆତଙ୍କବାଦୀଙ୍କ ଆକ୍ରମଣକୁ ଦୋହରାଯାଇଛି । ସୂଚନାନୁଯାୟୀ, ପହଲଗାମ ଆକ୍ରମଣକୁ ବ୍ରିକ୍ସ ଦୃଢ଼ ନିନ୍ଦା କରିଛି । ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ । ଆମେ ଆତଙ୍କବାଦୀଙ୍କ ସୀମା ପାର୍, ଗତିବିଧି, ସୁରକ୍ଷିତ ଠିକଣା ଭଳି ସମସ୍ତ ପ୍ରକାର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୃଢ଼ କରୁଛୁ । ଆତଙ୍କବାଦକୁ କୌଣସି ଧର୍ମ, ଜାତୀୟତା, ସଭ୍ୟତା କିମ୍ବା ଜାତିଗତ ଗୋଷ୍ଠୀ ସହିତ ଯୋଡାଯିବା ଉଚିତ୍ ନୁହେଁ ।
Views: 10