ଜମ୍ମୁ : ପହଲଗାମ୍ ଆତଙ୍କୀ ହମଲା ସାରା ବିଶ୍ବକୁ ଦୋହଲାଇ ଦେଇଛି । ସବୁଠି ଏହି ଘଟଣାକୁ ନେଇ ତୀବ୍ର ନିନ୍ଦା କରାଯାଉଛି । ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ଦୁଃଖରେ ବୁଡ଼ି ରହିଛି । ଏହାରି ଭିତରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଏମିତି କିଛି କଥା ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରୁଛି । ପ୍ରତ୍ୟକ୍ଷଦର୍ଶୀଙ୍କ ନାଁ ହେଉଛି ଦେବାଶିଷ ଭଟ୍ଟାଚାର୍ୟ୍ୟ । ଦେବାଶିଷ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ସତ କିନ୍ତୁ ଠିକ୍ ସମୟରେ ଉପସ୍ଥିତ ବୁଦ୍ଧି ଦେଖାଇ ନିଜ ସହ ନିଜ ପରିବାରକୁ ବଞ୍ଚାଇଥିଲେ । ଆକ୍ରମଣରୁ ବଞ୍ଚିଯାଇଥିବା ଦେବାଶିଷ ଭଟ୍ଟାଚାର୍ୟ୍ୟ ଆସାମର ଏକ ବିଶ୍ୱବିଦ୍ୟାଳୟର ବଙ୍ଗାଳୀ ଡିପାର୍ଟମେଣ୍ଟର ଆସୋସିଏଟେଡ୍ ପ୍ରଫେସର । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଫସି ଯାଇଥିଲେ ପ୍ରଫେସର । ସେ ତାଙ୍କ ପରିବାର ସହିତ ଏକ ଗଛ ତଳେ ଶୋଇଥିଲେ । ଏହି ସମୟରେ ହଠାତ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ପର୍ୟ୍ୟଟକଙ୍କୁ କଲମା ପଢ଼ିବାକୁ କହୁଥିବା ଶୁଣିବାକୁ ପାଇଥିଲେ ଦେବାଶିଷ । ସମୟ ବିଳମ୍ବ ନକରି ସେ ମଧ୍ୟ ସମସ୍ତ ଲୋକଙ୍କ ସହ କଲମା ପାଠ କରିବା ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ତାଙ୍କ ପାଖରେ ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି କରିଥିଲେ ।ଦେବାଶିଷଙ୍କ କହିବା ଅନୁସାରେ, ଜଣେ ଆତଙ୍କବାଦୀ ତାଙ୍କୁ ପଚାରିଲେ, “ତୁମେ କଣ କରୁଛ?” ଜବାବରେ, ଭଟ୍ଟାଚାର୍ୟ୍ୟ ଜୋରରେ କଲମା ପାଠ କରିବା ଆରମ୍ଭ କରିଥିଲେ । ଦେବାଶିଷଙ୍କ ମୁହଁରୁ କଲମା ଶୁଣିବା ପରେ ସେହି ଆତଙ୍କବାଦୀ ସେଠାରୁ ଚାଲିଯାଇଥିଲା ।
ପହଲଗାମ ଆକ୍ରମଣ : କଲମା ବଞ୍ଚାଇଦେଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











