ଭୁବନେଶ୍ୱର : ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଜାରି ରହିଛି । ଗତ ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଚାଲିଛି । ଅଚାନକ ଘୋଟି ଆସୁଛି କଳାହାଣ୍ଡିଆ ମେଘ । ବିଜୁଳି ଘଡ଼ଘଡ଼ି ବର୍ଷା ସହ କୁଆପଥର ମାଡ଼ ହେଉଛି । ପ୍ରବଳ ବେଗରେ ବହୁଛି ପବନ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟର ଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ବି ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ । ସେସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୬ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ଦିଆଯାଇଛି ୟେଲୋ ସତର୍କତା । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇଥିଲା । ଭୁବନେଶ୍ୱର ସମେତ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ବରଗଡ଼, ବଲାଙ୍ଗିର, କୋରାପୁଟ, ରାୟଗଡ଼ା, ନୟାଗଡ଼ ଓ କନ୍ଧମାଳ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନ ହୋଇଥିଲା । ତାସହ କୁଆପଥର ମାଡ଼ ବି ହୋଇଥିଲା । କିଛି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୮୦ କିଲୋମିଟ ଯାଏ ରହିଥିଲା । ଗଛ ଭାଙ୍ଗିବା ସହ ଉଡ଼ି ଯାଇଥିଲା ଆଜବେଷ୍ଟସ୍ ଘର ଛପର । ୨୧ ତାରିଖକୁ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି ।
ପଶ୍ଚିମା ଝଡ଼ ପ୍ରଭାବ : ଆଜିବି ପ୍ରବଳ ବର୍ଷା, ୧୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତ ଆସିବେ ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ...
୩ ଦୁଷ୍କର୍ମୀଙ୍କୁ ଆଜୀବନ
ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...
ସାରା ଦେଶରେ ଭୋଟ ଚୋରି : ରାହୁଲ
ନୂଆଦିଲ୍ଲୀ : ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ...
ବାପ-ଝିଅ ଉପରେ ମାଡିଗଲା ହାଇୱା
ପାରାଦୀପ : ବାଇକ ଉପରେ ମାଡିଗଲା ହାଇୱା । ବାପ ,ଝିଅଙ୍କର ଚାଲିଗଲା ଜୀବନ । କଟକ-ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ...