କୋଲକତା : ପଶ୍ଚିମବଙ୍ଗ ମନ୍ତ୍ରୀ ସୁଜିତ ବୋଷଙ୍କ ଘରେ ଇଡି ରେଡ । ଚାକିରି ଦୁର୍ନୀତି ମାମଲାରେ କୋଲକତା ଘରେ ରେଡ । ସୁଜିତ ବୋଷ ଅଗ୍ନିଶମ ଓ ଜରୁରୀକାଳୀନ ସେବା ମନ୍ତ୍ରୀ । ମହାନଗର ନିଗମ ଦୁର୍ନୀତିକୁ ନେଇ ଏହି ଚଢାଉ ଚାଲିଥିବା ସୂଚନା ମିଳିବା ପରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ସୁଜିତ ବୋଷ ଓ ତାପସ ରୟଙ୍କ ବାସଭବନରେ ଇଡି ଅଧିକାରୀ ଛାନଭିନ କରୁଛନ୍ତି । ଏହାଛଡା ଟିଏମସି ନେତା ସୁବୋଧ ଚକ୍ରବର୍ତିଙ୍କ ବାସଭବନରେ ମଧ୍ୟ ରେଡ ଚାଲିଛି । କିଛି ଦିନ ତଳେ ରାସନ ଦୁର୍ନୀତି ମାମଲାରେ ଟିଏମସି ନେତା ଶାହଜାହାଁ ସେଖଙ୍କ ବାସଭବନରେ ଚଢାଉ ପାଇଁ ପହଂଚିଥିଲେ ଇଡି ଅଧିକାରୀ । ସେହିସମୟରେ ନେତାଙ୍କ ସମର୍ଥକ ତଥା ଗ୍ରାମବାସୀ ଇଡି ଅଧିକାରୀଙ୍କୁ ମାଡ ମାରି ଲହୁଲୁହାଣ କରିଦେଇଥିଲେ । ତେଣୁ ଆଜି ଚଢାଉ ବେଳେ ସିଏପିଏଫ କର୍ମଚାରୀଙ୍କ ସୁରକ୍ଷାରେ ଚଢାଉ କରୁଛନ୍ତି ଇଡି ଅଧିକାରୀ ।
Views: 88











