ନୂଆଦିଲ୍ଲୀ : ପଳାତକଙ୍କୁ ଆଣିବାକୁ ୟୁକେ ଯିବ ଇଡି-ସିବିଆଇ-ଏନଆଇଏର ମିଳିତ ଟିମ୍ । ଶୀଘ୍ର ବୈଦେଶିକ ବିଭାଗର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଯିବ ଟିମ୍ । ସଞ୍ଜୟ ଭଣ୍ଡାରୀ , ନିରବ ମୋଦି ଓ ବିଜୟ ମାଲ୍ୟାଙ୍କୁ ଆଣିବାକୁ ଯିବ । ୩ ଜଣଙ୍କ ନାଁରେ ଠକେଇ ମାମଲା ଥିଲା ବେଳେ ୟୁକେରେ ରହୁଛନ୍ତି । ଭାରତ ପ୍ରତ୍ୟାର୍ପଣ ରୋକିବାକୁ ସମସ୍ତେ କୋର୍ଟର ଆଶ୍ରୟ ନେଇଛନ୍ତି । ତୁରନ୍ତ ଏକ ଉଚ୍ଚସ୍ତରୀୟ ଟିମ୍ ଲଣ୍ଡନ ସ୍ଥିତ ହାଇକମିଶନଙ୍କୁ ଭେଟିବ । ପ୍ରତ୍ୟାର୍ପଣ ନେଇ ଥିବା ପ୍ରତିବନ୍ଧକ ହଟାଇବାକୁ ଉଦ୍ୟମ କରିବ ଟିମ୍ ।
Views: 120











