ଭୁବନେଶ୍ୱର : ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଜୁଏଲଙ୍କ ଚିଠି । ସୁନ୍ଦରଗଡ଼ରେ ରହିଛି ୧୩ରୁ ଅଧିକ ପର୍ୟ୍ୟଟନସ୍ଥଳ। ହେଲେ ଆଜି ପର୍ୟ୍ୟନ୍ତ ବିକାଶ ଦେଖିଛି ମାତ୍ର ୩/୪ଟି ପର୍ୟ୍ୟଟନସ୍ଥଳ। ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଥିବା ଏସବୁସ୍ଥଳକୁ ଆଦୌ ପର୍ୟ୍ୟଟନ ବିଭାଗ ଗୁରୁତ୍ବ ଦେଇନି। ଫଳରେ ସୁନ୍ଦରଗଡ଼ ପର୍ୟ୍ୟଟନସ୍ଥଳରେ ପର୍ୟ୍ୟଟକ ସଂଖ୍ୟା ବଢ଼ିବା ପରିବର୍ତ୍ତେ କମୁଛି। ଏବେ ସରକାର ବଦଳିଛି। ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଶାସନ କରୁଛି। କେନ୍ଦ୍ର ଆଦିବାସୀମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସୁନ୍ଦରଗଡ଼ର ପର୍ୟ୍ୟଟସ୍ଥଳଗୁଡ଼ିକୁ ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀ ତଥା ପର୍ୟ୍ୟଟନମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଚିଠି ଲେଖିଛନ୍ତି। ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୮ଟି ପର୍ୟ୍ୟଟନସ୍ଥଳର ତାଲିକା ଦେଇଛନ୍ତି।
Views: 29