ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା । ଏସଆଇ ପରୀକ୍ଷା ଜାଲିଆତିରେ ଆହୁରି ଅନେକ ଦଲାଲଙ୍କ ସମ୍ପୃକ୍ତି ସୂଚନା । ପ୍ରତି ଆଶାୟୀଙ୍କ ୨୦ରୁ ୨୫ ଲକ୍ଷ ଟଙ୍କାର ଡିଲ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ସାନି ପରୀକ୍ଷା ତାରିଖ ଶୀଘ୍ର ଘୋଷଣା ନେଇ ସୂଚନା । ଆନ୍ଧ୍ର ଶ୍ରୀକାକୁଲରମରେ କିଛି ଏସଆଇ ଆଶାୟୀ ଅଟକ ପରେ ତତ୍ପରତା । ପରୀକ୍ଷାରେ ଜାଲିଆତି ପାଇଁ ହାଇଦ୍ରାବାଦ ଯିବାବେଳେ ଧରାପଡିଥିଲେ । ୧୧୭ ପରୀକ୍ଷାର୍ଥୀ , ୨ ଦଲାଲ ଗିରଫ । ପଚରାଉଚରା ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହି କେଲେଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ଗିରଫ ହୋଇଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିଲା ।
Views: 31