ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ଆସିଛି ଚୂଡାନ୍ତ ରାୟ । ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ନୟାଗଡ଼ ଚିଲ୍ଡ୍ରେନ୍ କୋର୍ଟ ଏହି ମାମଲାରେ ରାୟ ଶୁଣାଇଛନ୍ତି । ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା ଦେବେ ହତ୍ୟାକାରୀ । କୋର୍ଟଙ୍କ ରାୟ ଆସିବା ପରେ ସରକାରୀ ଓକିଲ ପ୍ରତିକ୍ରିୟା ଦେଇ କହିଛନ୍ତି, ଦୋଷୀ ସାବାଳକ ହୋଇଥିଲେ ମୃତ୍ୟୁଦଣ୍ଡ ମିଳିଥାନ୍ତା । ୨୦୨୦ ମସିହା ଜୁଲାଇ ୧୪ରେ ଘର ଅଗଣାରୁ ୫ ବର୍ଷର ଝିଅ ପରୀ ନିଖୋଜ ହୋଇଯାଇଥିଲା । ନିଖୋଜ ହେବାର ୧୦ ଦିନ ପରେ ଘର ନିକଟସ୍ଥ ପୋଖରୀରୁ ଏକ ବସ୍ତା ଭିତରୁ ପରୀର ଦେହାବଶେଷ ଉଦ୍ଧାର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା । ଏପରିକି ଏହି ଘଟଣା ପାଇଁ ଏସଆଇଟି ମଧ୍ୟ ଗଠନ କରାଯାଇଥିଲା । ବିଭିନ୍ନ ଦିଗକୁ ତର୍ଜମା କରିବା ସହ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିବା ପରେ ଅଭିଯୁକ୍ତଙ୍କୁ ଠାବ କରିବାରେ ସଫଳ ହୋଇଥିଲା କ୍ରାଇମବ୍ରାଞ୍ଚ । ୩୧ ଜଣ ସାକ୍ଷୀ ଓ ୧୩୫ଟି ଦସ୍ତାବିଜ ଏବଂ ୧୮ଟି ପ୍ରମାଣକୁ ଭିତ୍ତିକରି ହତ୍ୟା ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି କୋର୍ଟ ।
ପରୀ ହତ୍ୟାକାଣ୍ଡ ରାୟ; ୨୦ ବର୍ଷ କାରାଦଣ୍ଡ

Facebook
Twitter
LinkedIn
Facebook
Twitter
LinkedIn
Recent News
ମହାପ୍ରସାଦରେ ବ୍ୟବହାର ହେବ ଜୈବିକ ଚାଉଳ
ପୁରୀ : ମହାପ୍ରସାଦରେ ରାସାୟନିକ ଯୁକ୍ତ ଚାଉଳ ବ୍ୟବହାର କୁ ନା' । ଚଳିତ ବର୍ଷ ପ୍ରଥମକରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ କୋଠ ଭୋଗରେ ଲାଗି ହେବ...
ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ
ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...
“ଅନୁପମା” ସିରିୟଲ ସୁଟିଂ ସେଟରେ ଭୟଙ୍କର ନିଆଁ
ମୁମ୍ବାଇ : ମୁମ୍ବାଇର ସୁଟିଂ ସେଟରେ ଭୟଙ୍କର ଅଗ୍ନିକାଣ୍ଡ । ଗୋରେଗାଓଁ ଫିଲ୍ମ ସିଟି ସୁଟିଂରେ ସେଟରେ ଅଗ୍ନିକାଣ୍ଡ । ଟିଭି ରିୟଲିଟି ଶୋ ଅନୁପମାର ସୁଟିଂ...
ସପାର ୩ ବିଧାୟକ ବିଦା
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...