ଭୁବନେଶ୍ୱର : ତମାଣ୍ଡୋ ବ୍ରହ୍ମାକୁମାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ବକ୍ତବ୍ୟ । ଓଡିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ସମ୍ପର୍କ ରହିଛି । ପରିବର୍ତ୍ତନ ହେଉଛି , ଏକମାତ୍ର ଅପରିବର୍ତ୍ତନୀୟ ପ୍ରକ୍ରିୟା । ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହେଉଛି । ପରିବର୍ତ୍ତନ ହିଁ ସତ୍ୟ , ସ୍ରୋତ ପରି ସମୟ ମଧ୍ୟ ଦ୍ରୁତ ପରିବର୍ତ୍ତନଶୀଳ । ସମୟ ଆପେ ଆପେ ବଦଳେ ନା ମଣିଷ ତାକୁ ବଦଳାଏ । ବ୍ରହ୍ମାକୁମାରୀ ସଂସ୍ଥାର ବିଚାର-ବ୍ୟକ୍ତି ବଦଳିଲେ ସମାଜ ବଦଳିବ । ମାନସିକ ଶାନ୍ତି ନ ଥିଲେ , ଜଣେ ପ୍ରକୃତ ଶାନ୍ତି ପାଇବ ନାହିଁ । ମାନସିକ ଶାନ୍ତି ପାଇଲେ ହିଁ ଆମେ ଶାନ୍ତି ପାଇ ପାରିବା । ଆତ୍ମଚିନ୍ତନ ଅଭାବରୁ ହିଁ ଆମେ ନକାରତ୍ମକର ଶିକାର ହେଉଛୁ । ମାନସିକ ଯଶ , କ୍ଷମତା ପଛରେ ଦୈାଡି ଦୈାଡି ମଣିଷ ଆଜି କ୍ଲାନ୍ତ । ଅଜ୍ଞତା ହେତୁ ନିଜ ଭିତରେ ଥିବା ସଦଗୁଣକୁ ଆମେ ଚିହ୍ନିପାରୁନୁ ।
Views: 67