ମାଲକାନଗିରି : ପନିର ଖାଇ ୨୨ ଅସୁସ୍ଥ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩ ରୁ ୪ ଜଣ ବର୍ତ୍ତମାନ ସୁସ୍ଥ ଥିବା ବେଳେ ଏବେ ମଧ୍ୟ ୧୭ ରୁ ୧୮ ଜଣ ଚିକିତ୍ସାଧୀନ ଅଛନ୍ତି ।ମାଲକାନଗିରି ଜିଲ୍ଲା ସଦର ମହକୁମା ଜୟପୁରିୟା ଗୁଡ଼ା କଲୋନୀ ଠାରେ ବିଷାକ୍ତ ପନିର ଖାଇ ଗୋଟିଏ ପରିବାରର ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି । ଗତ ଏଗାର ତାରିଖ ଦିନ ମାଲକାନଗିରି ସହରରେ ବଡ଼ଠାକୁରଙ୍କ ଯାତ୍ରା ପର୍ବ ଚାଲୁଥିଲା। ଜୟପୁରିୟା ଗୁଡ଼ା ସ୍ଥିତ କୋପେ ପରିବାରଙ୍କ ଘରେ, ବଡ଼ଯାତ୍ରାକୁ ଦେଖିବାକୁ ସଂପର୍କୀୟ ଆସିଥିଲେ। ସମସ୍ତଙ୍କ ପାଇଁ ମାଲକାନଗିରି ସ୍ଥିତ ସୁବାଷ ଛକ ସ୍ଥିତ ଏକ ଓମଫେଡ ଦୋକାନରୁ ପନିର ଆଣି ରୋଷେଇ କରାଯାଇଥିଲା। ସମସ୍ତେ ପନିର ଖାଇ ଅସୁସ୍ଥ ହୋଇ ପଡିଥିଲେ। କାହାର ବାନ୍ତି ତ ଆଉ କାହାର ପେଟ ବ୍ୟଥା ହୋଇଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି। କାହିଁକି ପନିର ଖାଇ ଏଭଳି ଘଟଣା ଘଟିଛି ତାହା ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି।
ପନିର ଖାଇ ୨୨ ଜଣ ଅସୁସ୍ଥ

Facebook
Twitter
LinkedIn
Facebook
Twitter
LinkedIn
Recent News
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...