The Ultimate Managed Hosting Platform
ADVERTISEMENT

ପଥର ଉତ୍ତୋଳନକୁ ବିରୋଧ, ରାସ୍ତାକୁ ଖୋଳି ବାଟ ବନ୍ଦ କଲେ ସ୍ଥାନୀୟ ଲୋକ

Facebook
Twitter
LinkedIn

ଚଣ୍ଡିଖୋଲ : ବର୍ଷ ବର୍ଷ ଧରି ରାହାଡ଼ପୁର ଖାଦାନରୁ ପଥର ଉତ୍ତୋଳନ କରାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି । ତେବେ ଏବେ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର ପାହାଡ଼ରୁ ପଥର ଉତ୍ତୋଳନକୁ ସ୍ଥାନୀୟ ଲୋକଙ୍କ ବିରୋଧ କରିଛନ୍ତି । ବେଆଇନ ଭାବେ ପଥର ଚାଲାଣ ହେଉଥିବାରୁ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିଥିଲେ । ଯାହାକୁ ନେଇ ପଥର ଚାଲାଣ ବନ୍ଦ କରିବାକୁ ଯାଇ ଖାଦାନର ପ୍ରବେଶ ପଥ ରାସ୍ତାକୁ ଖୋଳି ଦେଇ ବାଟ ବନ୍ଦ କରି ଦେଇଥିଲେ ଲୋକେ । ଫଳରେ ସ୍ଥାନୀୟ ଅଂଚଳରେ ଗଭୀର ଉତ୍ତେଜନା ଦେଖା ଦେଇଥିଲା । ଲିଜଧାରୀ ସମସ୍ତ କାଗଜ ପତ୍ର ତହସିଲଦାରଙ୍କୁ ଦେଖାଇବା ପରେ ଘଟଣା ସ୍ଥଳରେ ଧର୍ମଶାଳା ତହସିଲ ପ୍ରଶାସନ ଓ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଁଚିଥିଲେ । ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଦେଖା ଦେଇଥଲା । ଖୋଳା ଯାଇଥବା ରାସ୍ତାକୁ ମେସିନ ସାହାଯ୍ୟରେ ପୋତିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ପ୍ରଶାସନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳାଙ୍କୁ ଦୁଷ୍କର୍ମ କଲେ ଘର ମାଲିକ

ହାଇଦ୍ରାବାଦରେ ଓଡିଆ ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ !

ହାଇଦ୍ରାବାଦ : ହାଇଦ୍ରାବାଦର କୋମପାଲିରେ ଓଡିଆ ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସ୍ୱାମୀ ଓଡିଶା ଆସିଥିବା ବେଳେ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ...

Login