ନୂଆଦିଲ୍ଲୀ : ବିବେକ ବିନ୍ଦ୍ରାଙ୍କ ଘରେ ପୋଲିସ । ପତ୍ନୀଙ୍କୁ ମାରପିଟ ମାମଲାରେ ପୋଲିସ ମୋଟିଭେସନାଲ୍ ସ୍ପିକର ବିବେକ ବିନ୍ଦ୍ରାଙ୍କ ଘରେ ପହଞ୍ଚିଛି। ପୋଲିସ ତାଙ୍କ ସୋସାଇଟିରେ ପହଞ୍ଚି ୧୭ ଦିନ ପୁରୁଣା ସିସିଟିଭି ଫୁଟେଜ୍କୁୁ ଯାଞ୍ଚ କରିଛି। ଏହା ସହିତ ଗେଟ୍ ପାଖରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରିଛି। କହି ରଖୁଛୁ, ବିବେକ ବିନ୍ଦ୍ରା ନୋଏଡାର ସେକ୍ଟର-୯୪ ସୁପରନୋଭା ସୋସାଇଟିରେ ରୁହନ୍ତି। ସିସିଟିଭି ଯାଞ୍ଚ ପରେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିବା ପୋଲିସ ଦାବି କରିଛି। କୁହାଯାଉଛି ଯେ ପୋଲିସ ତଦନ୍ତ ପାଇଁ ବିନ୍ଦ୍ରାଙ୍କ ଘରକୁ ଯାଇଥିଲା, କିନ୍ତୁ ସେଠାରେ ସେ ଉପସ୍ଥିତ ନ ଥିଲେ। ସେପଟେ ସୋମବାର ଅପରାହ୍ନରେ ବିବେକଙ୍କ ପତ୍ନୀ ୟାନିକାଙ୍କ ପରିବାର ଲୋକେ ଡିସିପିଙ୍କୁ ଭେଟିବେ।
Views: 99











