
ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଅନ୍ତର୍ଗତ ତେଲେଗୁ ବସ୍ତିରେ ଘଟିଛି ଏଭଳି ଘଟଣା । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଭରତପୁର ଥାନା ପୋଲିସ ।
ସୂଚନା ଅନୁଯାୟୀ, ଦୁଇବର୍ଷ ପୁର୍ବରୁ ଘାଟିକିଆର ପ୍ରଶାନ୍ତ ନାଏକ ତେଲେଗୁ ବସ୍ତିରେ ବିବାହ କରିଥିଲା । ଗତ କିଛିଦିନ ତଳେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଯୋଗୁ ସ୍ତ୍ରୀ ଶାଶୁ ଘରୁ ଚାଲିଆସି ବାପ ଘରେ ରହୁଥିଲା । ବୁଧବାର ରାତିରେ ପ୍ରଶାନ୍ତ ତାର ଦୁଇ ସାଙ୍ଗକୁ ନେଇ ଶ୍ବଶୁରଘରେ ପହଁଚି ଗଣ୍ଡଗୋଳ ଆରମ୍ଭ କରିଦେଇଥିଲା । ପ୍ରଶାନ୍ତଙ୍କ ସହିତ ତାର ସାଙ୍ଗମାନେ ଶାଶୁ , ସ୍ତ୍ରୀ ଓ ଝିଅର ମାମୁଙ୍କୁ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଶାଶୁଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏ ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ ଗିରଫ କରାଯାଇପାରିନାହିଁ ।
Views: 258