ଭୁବନେଶ୍ବର: ପଞ୍ଜୀକୃତ ୬୬ ଗୋଶାଳାକୁ ୮.୯୬ କୋଟିର ସହାୟତା । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ପଞ୍ଜୀକୃତ ୬୬ଟି ଗୋଶାଳାକୁ ପ୍ରଥମ ପର୍ୟ୍ୟାୟରେ ୮.୯୬ କୋଟି ଟଙ୍କାର ସହାୟତା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡ଼ିକୁ ଅସହାୟ ଗୋରୁଙ୍କ ଯତ୍ନ ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପଞ୍ଜୀକୃତ ଗୋଶାଳାଗୁଡ଼ିକୁ ସହାୟତା ରାଶି ବିତରଣ କରିଛନ୍ତି। ଏହି ଅବସରରେ ଶ୍ରୀ ମଲ୍ଲିକ କହିଥିଲେ ଯେ ଗୋଶାଳାରେ ଅସହାୟ ଗୋରୁଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଗୋବର ବ୍ୟବହାରକ୍ରମେ ଜିଆଖତ ଉତ୍ପାଦନ ପାଇଁ ଗୋଧନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସହାୟତା ପ୍ରଦାନ କରାଯାଇଛି। ଗୋଶାଳା ଓ ଗୋଧନ କେନ୍ଦ୍ରଗୁଡ଼ିକ ରାଜ୍ୟରେ ପ୍ରାଣୀ କଲ୍ୟାଣ କାର୍ୟ୍ୟକ୍ରମକୁ ଅଧିକ ପ୍ରଭାବୀ କରିବ। ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଏକ ଦୟାଳୁ ଓ ସମାବେଶୀ ସମାଜ ଗଠନ ପାଇଁ ପ୍ରତିବଦ୍ଧ। ଏହାଦ୍ବାରା ରାଜ୍ୟର ଗୋଶାଳା ଓ ଗୋପାଳକମାନେ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ।
ପଞ୍ଜୀକୃତ ୬୬ ଗୋଶାଳାକୁ ୮.୯୬ କୋଟିର ସହାୟତା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











