ପୁରୀ : ଦେଶ ପାଇଁ ଜୀବନ ଦେଇ ତୁମେ ଆଜି ମହାନ ହୋଇଗଲ । ଦେଶ ମାତୃକା ପ୍ରତି ତୁମର ନିଷ୍ଠାର ସହ ଭଲ ପାଇବା ପାଇଁ ଆଜି ସାରା ଦେଶ ତୁମକୁ ଝୁରୁଛି । ହେ ବୀର ଯବାନ ତୁମକୁ ସତ ସଲାମ । ଦେଶ ମାତୃକା ପାଇଁ ଆପଣଙ୍କ ବଳିଦାନ ଅତୁଳନୀୟ । ଏ ଦେଶ ଏ ମାଟି ଆପଣଙ୍କ ବଳିଦାନ ପାଇଁ ସବୁବେଳେ ମନେ ରଖିବ । ଶହୀଦ ଦେବାଶିଷ ବିଶ୍ୱାଳ ଅମର ରହେ । ପୁଞ୍ଚରେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସତ୍ୟବାଦୀର ସହିଦ ଦେବାଶିଷ ବିଶ୍ୱାଳ ପଞ୍ଚଭୂତରେ ଲୀନ ହୋଇଛନ୍ତି । ଜନ୍ମସ୍ଥାନ ଅଳଗୁମରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଅଳଗୁମ ଶ୍ମଶାନରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ତାଙ୍କ ପାର୍ଥିବ ଶରୀରକୁ ସମ୍ପର୍କୀୟ ମୁଖାଗ୍ନି ଦେବାପରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ଶହୀଦ ଦେବାଶିଷ ।
ମୁଖାଗ୍ନି ପୂର୍ବରୁ ସେନା ପକ୍ଷରୁ ତାଙ୍କୁ ୨୧ ତୋପ ସଲାମ ଦିଆଯାଇଥିଲା । ଅମର ରହେ ଶହୀଦ ଦେବାଶିଷ ବିଶ୍ୱାଳ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଗାଁ ଶ୍ମଶାନ । ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଆଖି ଲୁହରେ ଭିଜିଥିଲା ସତ୍ୟବାଦୀ ଅଳଗୁମ ଶ୍ମଶାନ । ଅନ୍ତିମ ସଂସ୍କାର ସମୟରେ ଲୋକଙ୍କ ଲୁହରେ ଭିଜିଥିଲା ଅଳଗୁମ ଶ୍ମଶାନ ପଡ଼ିଆ । ଶହୀଦ ଦେବାଶିଷ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ୍ଣ ସତ୍ୟବାଦୀ ।
ଏହା ପୂର୍ବରୁ ରାଷ୍ଟ୍ରୀୟ ସମ୍ମାନ ସହ ତ୍ରିରଙ୍ଗାରେ ଘୋଡ଼ାଯାଇ ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ସତ୍ୟବାଦୀ ସମେତ ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନେ ଶହୀଦଙ୍କୁ ଶେଷ ବିଦାୟ ଦେଇଥିଲେ । ସୂଚନାଥାଉକି, ଗତ ଗୁରୁବାର ଅପରାହ୍ନରେ ଜମ୍ମୁକାଶ୍ମୀରର ପୁଞ୍ଚରେ ସେନା ଗାଡି ଉପରକୁ ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନ ଶହୀଦ ହୋଇଯାଇଥିଲେ । ୫ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ମଧ୍ୟ ଶହୀଦ ହୋଇଥିଲେ ।
ପଞ୍ଚଭୂତରେ ଲୀନ ହେଲେ ଦେବାଶିଷ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











