ନୟାଗଡ : ନିଶା କାରବାର ନେଇ ଜେଲରେ ପୋଲିସର ଚଢାଉ । ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପକାରାଗାରରେ ଚାଲିଛି ରେଡ । ଏସପିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଚଢାଉରେ ସାମିଲ ସୂଚନା । ନୟାଗଡ ଜିଲ୍ଲା ମୁଖ୍ୟ କାରାଗାରରୁ ବିପୁଳ ନିଶା ଦ୍ରବ୍ୟ ଜବତ । ଦଶପଲ୍ଲା ଉପ କାରାଗାରରୁ ମଧ୍ୟ ନିଶାଦ୍ରବ୍ୟ ମିଳିଥିବା ସୂଚନା । ବିପୁଳ ପରିମାଣରେ ଗୁଟଖା, ଖଇନି, ବିଡି ସହ ବ୍ଲେଡ ଜବତ । ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଜେଲ ଭିତରେ ତ ପୋଲିସ ଜଗିଛନ୍ତି ପୁଣି ପୋଲିସର ସ୍ୱତନ୍ତ୍ର ଟିମ ଏଠି କାହିଁକି ଚଢାଉ କରୁଛି ? ଜେଲ ଭିତରେ ସିନା କଏଦୀ ଅଛନ୍ତି ହେଲେ ସେଠି ବି ଚାଲିଛି ନିଶା କାରବାର । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଇଥିବା ଏହି ଚଢାଉରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି ।
Views: 67











