ନୂଆଦିଲ୍ଲୀ : ନେପାଳରେ ବଡ ଧରଣର ଭୂକମ୍ପ ଝଟକା । ବିଳମ୍ବିତ ରାତିରେ ୬.୪ ତୀବ୍ରତାର ଝଟକା ଅନୁଭୂତ । ଭୁକମ୍ପରେ ୧୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ ଆହତ ହୋଇଛନ୍ତି । ଅନେକ କୋଠା ଭାଙ୍ଗି ଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା । ରୁକୁମ ପଶ୍ଚିମ ଓ ଜାଜରକୋଟ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ । ଜାଜରକୋଟ ଜିଲ୍ଲାର ଲାମିଡାଣ୍ଡା ଭୂକମ୍ପର କେନ୍ଦ୍ରସ୍ଥଳ । ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି । ଉତ୍ତର ଭାରତର ମଧ୍ୟ ବିଭିନ୍ନ ଅଞ୍ଚଳରେ ଝଟକା ଅନୁଭୂତ । ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ ଓ ବିହାରରେ ଝଟକା ଅନୁଭୂତ । ଗତକାଲିଠୁ ଚାଲିଛୁ ରେସକ୍ୟୁ ଅପରେସନ । ଏବେ ବି ମାଟି ତଳେ ଅନେକ ପୋତି ହୋଇ ରହିଛନ୍ତି ।
Views: 85