ନେପାଳ : ନେପାଳରେ ପୁଣି ହିଂସା। କିଛି ମାସ ତଳେ ଜେନ୍-ଜି ଆନ୍ଦୋଳନ ପାଇଁ ଅନେକ ମୃତାହତ ହୋଇଥିବା ବେଳେ ଏବେ ପୁଣି ନେପାଳରେ ହିଂସା ଆରମ୍ଭ ହୋଇଛି। ବାରା ଜିଲ୍ଲାରେ ହିଂସା ହୋଇଥିବା ବେଳେ ଏଥିପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ଜେନ-ଜି ପ୍ରତିବାଦକାରୀ ଏବଂ ବହିଷ୍କୃତ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ୱରେ ନେପାଳର କମ୍ୟୁନିଷ୍ଟ ପାର୍ଟି (UML)ର କର୍ମୀଙ୍କ ମଧ୍ୟରେ ପୁଣି ଥରେ ସଂଘର୍ଷ ହେବା ପରେ କର୍ଫ୍ୟୁ ଲାଗୁ କରାଯାଇଛି। ଜିଲ୍ଲା ପ୍ରଶାସନ କାର୍ୟ୍ୟାଳୟ ଘୋଷଣା କରିଛି ଯେ, ଉତ୍ତେଜନା ବୃଦ୍ଧି ପରେ ଶୃଙ୍ଖଳା ଫେରାଇ ଆଣିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୁରୁବାର ରାତି ୮ଟା (ସ୍ଥାନୀୟ ସମୟ) ପର୍ୟ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସରକାର ଓ ବ୍ୟବସ୍ଥା ବିରୋଧରେ ଜେନ୍-ଜି (ଯୁବଗୋଷ୍ଠୀ)ର ପ୍ରଦର୍ଶନ ଭୟାନକ ହିଂସାର ରୂପ ନେବା ପରେ କେପି ଶର୍ମା ଓଲିଙ୍କ ସରକାରର ପତନ ଘଟିଥିଲା ଏବଂ ଅନ୍ତରୀଣ ସରକାର ଗଠନ ହୋଇଥିଲା। ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହା ସହ ସୁଶୀଳା ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି।
ନେପାଳରେ ପୁଣି ହିଂସା , କର୍ଫ୍ୟୁ ଲାଗୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











