ନୂଆଦିଲ୍ଲୀ : ନେପାଳର ଅନ୍ନପୂର୍ଣ୍ଣା ପର୍ବତରେ ନିଖୋଜ ହୋଇଛନ୍ତି ଜଣେ ଭାରତୀୟ ପର୍ବତାରୋହୀ। ମାଉଣ୍ଟ ଅନ୍ନପୂର୍ଣ୍ଣା ହେଉଛି ନେପାଳର ଦଶମ ସର୍ବୋଚ୍ଚ ପର୍ବତ। ଏହି ପର୍ବତ ଉପରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ପର୍ବତାରୋହୀ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଅଭିଯାନ ଆୟୋଜକଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ୩୪ ବର୍ଷୀୟ ଏହି ଭାରତୀୟ ପର୍ବତାରୋହୀ ସୋମବାର ଦ୍ୱିପ୍ରହରରେ ନେପାଳର ମାଉଣ୍ଟ ଅନ୍ନପୂର୍ଣ୍ଣାରୁ ନିଖୋଜ ଅଛନ୍ତି। ନିଖୋଜ ପର୍ବତାରୋହୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସେ ହେଲେ, ଭାରତର ରାଜସ୍ଥାନର କିଶାନଗଡ଼ ନିବାସୀ ଅନୁରାଗ ମାଲୁ (୩୪)। ନିଖୋଜ ପର୍ବତାରୋହୀଙ୍କ ଠିକଣା ଜାଣିବା ପାଇଁ ବିମାନ ଯୋଗେ ଖୋଜାଖୋଜି ଚାଲିଛି। ତାଙ୍କର ସ୍ଥିତି ଏ ପର୍ୟ୍ୟନ୍ତ ଜଣାପଡ଼ି ନାହିଁ। ଅଧିକାରୀ କହିଛନ୍ତି, କ୍ୟାମ୍ପ ୪ରେ ପହଞ୍ଚିବା ପରେ ଅନୁରାଗ ଚଢ଼ିବା ଛାଡ଼ି ଦେଇଥିଲେ। ସେ ମିଳିତ ଜାତିସଂଘର ଗ୍ଲୋବାଲ୍ ଲକ୍ଷ୍ୟ ହାସଲ କରିବା ପାଇଁ ୮୦୦୦ ମିଟରରୁ ଅଧିକ ସମସ୍ତ ୧୪ଟି ଶିଖର ଚଢ଼ିବା ମିଶନରେ ଅଛନ୍ତି।
Views: 60