କଟକ : କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ନୂଆଗଡ଼ ଦାଣ୍ଡକୂଳ ସାହିର ଜନସାଧାରଣ ଲୋ ଭୋଲଟେଜ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ଏନେଇ ଦାଣ୍ଡକୂଳ ସାହିର ଯୁବକ ଏବଂ ଜନସାଧାରଣ ଆଉ ଗୋଟିଏ ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ବସାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଯାଇଥିଲେ । ଏହି ଟ୍ରାନ୍ସଫର୍ମର ବସାଇବା ପାଇଁ କଟକ ସଦର ବିଧାୟକ ଏବଂ ସ୍ଥାନୀୟ କର୍ପୋରେଟରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏନେଇ ବିଧାୟକ ଏବଂ କର୍ପୋରେଟର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ । ବିଧାୟକ , କର୍ପୋରେଟର ଏବଂ ସାହିର ଯୁବକଙ୍କ ଦାବିକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ଏକ ୧୦୦ କେଭିର ଏକ ଟ୍ରାନ୍ସଫର୍ମର ବସାଇଥିଲେ । ଯାହାକୁ ଆଜି ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଉଦଘାଟନ କରିଥିଲେ । ଟ୍ରାନ୍ସଫର୍ମର ଉଦଘାଟନ ପରେ ସାହିର ଲୋକଙ୍କ ମନରେ ଖୁସି ଦେଖା ଦେଇଛି । ଯାହା ଫଳରେ ଲୋ ଭୋଲଟେଜରୁ ତ୍ରାହି ମିଳିବ ବୋଲି ଗ୍ରାମବାସୀ ମାନେ ଆଶା କରିଛନ୍ତି ।
Views: 97











