ମଥୁରା : ନୂଆବର୍ଷ ପାଇଁ ଶ୍ରୀବାଙ୍କେ ବିହାରୀ ମନ୍ଦିର ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି କି, ପାଶ୍ଚାତ୍ୟ ନବବର୍ଷ ଅବସରରେ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦର୍ଶାନାର୍ଥୀଙ୍କ ଭିଡ଼କୁ ଦେଖି ଜାନୁଆରୀ ୫ ଯାଏଁ ବୃନ୍ଦାବନ ଆସିବାକୁ ବାରଣ କରାଯାଇଛି । ମନ୍ଦିର ଠାକୁର ଶ୍ରୀ ବାଙ୍କେ ବିହାରୀ ଜୀ ମହାରାଜ ବୃନ୍ଦାବନର ପ୍ରବନ୍ଧକ ଅବଗତ କରାଇଛନ୍ତି କି, ମନ୍ଦିରରେ ନବବର୍ଷ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ରହିବ । ତେଣୁ ଆରାଧ୍ୟ ଠାକୁର ଶ୍ରୀ ବାଙ୍କେ ବିହାରୀ ଜୀ ମହାରାଜଙ୍କ ଦର୍ଶନ ପାଇଁ ଭିଡ଼ ଜମିବ । ଏମିତିରେ ଅତି ଆବଶ୍ୟକ ଥିଲେ ହିଁ ବୃନ୍ଦାବନ ଯାତ୍ରା କରନ୍ତୁ । ମନ୍ଦିର ପ୍ରଶାସନ ତରଫରୁ ଜାରି ଆଡଭାଇଜରୀରେ କୁହାଯାଇଛି କି, ସମସ୍ତ ବାହାରରୁ ଆସୁଥିବା ଦର୍ଶାନାର୍ଥୀଙ୍କୁ ଅନୁରୋଧ କି, ବୃନ୍ଦାବନ ଆସିବା ପୂର୍ବରୁ ଭିଡ଼କୁ ଦେଖି ଆସନ୍ତୁ ।
Views: 90











