The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ନୂଆବର୍ଷ ପୂର୍ବରୁ କମିଲା ପେଟ୍ରୋଲ ଦର

Facebook
Twitter
LinkedIn

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା କାଲି ତୁଳନାରେ ୪୪ ପଇସା କମି ୧୦୩ ଟଙ୍କା ୧୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୫୮ ପଇସା ବଢ଼ି ୯୪ ଟଙ୍କା ୭୬ ପଇସା ହୋଇଛି।

ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୭୩ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୩୩ ପଇସା ରହିଛି।

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:
ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ | ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login