ପୁରୀ : ନୂଆବର୍ଷରେ ଶ୍ରୀମନ୍ଦିର ଭିତର ଓ ବାହାରେ ସୁରକ୍ଷା କଡାକଡି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ଫୋର୍ସ । ବର୍ଷର ଶେଷଦିନ ଓ ନୂଆବର୍ଷକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି । ଭିଡ ନିୟନ୍ତ୍ରଣ , ଟ୍ରାଫିକ ସୁପରିଚାଳନା ଓ ବେଳାଭୂମି ସୁରକ୍ଷାକୁ ଗୁରୁତ୍ୱ ।
ବଡ଼ଦାଣ୍ଡରେ ଲମ୍ବା ବ୍ୟାରିକେଡ୍ କରାଯାଇଛି । ଯେପରି ଭକ୍ତମାନେ ଶୃଙ୍ଖଳିତ ଭାବେ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ । ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ । ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ଓ ସୁବିଧାର ବ୍ୟବସ୍ଥା କରାଯାଇଛି । ମନ୍ଦିର ପ୍ରଶାସନ ତରଫରୁ ପାନୀୟ ଜଳ, ଛାଉଣୀ ଏବଂ ଜୋତା ଷ୍ଟାଣ୍ଡର ମଧ୍ୟ ସଂଖ୍ୟା ବଢ଼ାଯାଇଛି । ପୁରୀ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରୀ ଜାରି କରାଯାଇଛି ।
ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ି ମଙ୍ଗଳାଘାଟ ଦେଇ ଷ୍ଟର୍ଲିଂ ଛକ ଏବଂ ବିଚ୍ ରୋଡ୍ ଦେଇ ଯାତ୍ରିକା ପାର୍କିଂକୁ ଯିବେ । ଭୁବନେଶ୍ୱର ପଟୁ ଆସୁଥିବା ବାଇକ୍ ଗୁଡ଼ିକ ଅଠରନଳା ଦେଇ ମ୍ୟୁନିସିପାଲିଟି ମାର୍କେଟ୍ କମ୍ପ୍ଲେକ୍ସରେ ପାର୍କିଂ କରିବେ । ୩ ଚକିଆ ଗାଡ଼ିଗୁଡ଼ିକୁ ଶ୍ରୀମନ୍ଦିର ଚାରିପାଖକୁ ପ୍ରବେଶ ମନା କରାଯାଇଛି । ଜିରୋ ଟୋଲେରାନ୍ସ ନୀତି ଆପଣାଇ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ବିଭିନ୍ନ ସ୍ଥାନରେ ଚେକ୍ ପୋଷ୍ଟ କରାଯାଇଛି ।
ନୂଆବର୍ଷ ; ପୁରୀରେ ୬୦ ପ୍ଲାଟୁନ ପୋଲିସ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







