The Ultimate Managed Hosting Platform
ADVERTISEMENT

ନୂଆପଡା ପରାଜୟର ସମୀକ୍ଷା ; ନବୀନଙ୍କୁ ଭେଟି ଆଲୋଚନା କଲେ ଜିଲ୍ଲା ସଭାପତି

Facebook
Twitter
LinkedIn

ଭୁବନେଶ୍ୱର : ନବୀନଙ୍କୁ ଭେଟି ଆଲୋଚନା କଲେ ଜିଲ୍ଲା ସଭାପତି । ବିଧାୟକ ପ୍ରାର୍ଥୀ ଓ ଜିଲ୍ଲାସ୍ତରୀୟ ସମସ୍ତ ନେତୃତ୍ୱଙ୍କ ସହ ଆଲୋଚନା । ପରାଜୟ ଓ ଆଗାମୀ ରଣନୀତି ନେଇ ଆଲୋଚନା କଲେ ନବୀନ । ଜିଲ୍ଲା ସଂଗଠନକୁ ଅଧିକ ସୁଦୃଢ କରିବାକୁ ପରାମର୍ଶ । ସରକାର ବିରୁଦ୍ଧରେ ତୃଣମୂଳ ସ୍ତରରେ ଲଢେଇ କରିବାକୁ ଆହ୍ୱାନ । ଏହି ଅବସରରେ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ସାହସର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନର ସରକାରଙ୍କୁ ଭୟ ନକରି ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ । ସରକାରଙ୍କ ବିରୋଧରେ ତୃଣମୂଳ ସ୍ତରରୁ ଲଢେଇ ଜାରି ରଖିବାକୁ ସେ ଆହ୍ୱାନ ଦେଇଛନ୍ତି । ଏହି ଆଲୋଚନା ପରେ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ନେହାଙ୍ଗିନୀ ଛୁରିଆ ଶାସକ ଦଳ ବିଜେପି ଉପରେ ବର୍ଷିଛନ୍ତି । ସେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ପ୍ରଶାସନର ସହାୟତାରେ ବୁଥ୍ ରିଗିଂ କରି ବିଜେପି ଏହି ବିଜୟ ହାସଲ କରିଛି । ବର୍ତ୍ତମାନ ପ୍ରଶାସନ ବିଜେପିର ହାତବାରିସି ସାଜି କାମ କରୁଛି ଏବଂ ବିଜେଡିର ଅଭିଯୋଗ ଶୁଣାଯାଉ ନାହିଁ । ରାଜ୍ୟରେ ଚାଷୀଙ୍କ ଧାନ କିଣାଯାଉ ନାହିଁ ଏବଂ ସରକାରଙ୍କ କଥା ଓ କାମରେ ଆକାଶ ପାତାଳ ଫରକ ରହିଛି ବୋଲି ସେ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login