ଭୁବନେଶ୍ୱର : ନୂଆପଡା ପରାଜୟକୁ ନେଇ ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ବଡ ବୟାନ । ପ୍ରାର୍ଥୀ ଚୟନ ଭୁଲ ରହିଲା , ରାଜୁ ଢୋଲକିଆଙ୍କ ସହାନୁଭୂତି ବିଜେପିକୁ ଗଲା । କଂଗ୍ରେସ ଦଳ ବହୁ ଆଗରୁ ଘାସିରାମଙ୍କୁ ପ୍ରାର୍ଥୀ କଲା. ଆମର ଡେରି ହେଲା । ସେଥିପାଇଁ ବିଜେଡି ଉପରେ ତାଙ୍କ ପରିବାରକୁ ବିଶ୍ୱାସ ଆସିଲାନି । ତେଣୁ ଜୟ ଢୋଲକିଆ ବିଜେପି ପଳାଇଲେ । ଯେଉଁ ୮୦ ନେତାଙ୍କୁ ଦାୟିତ୍ୱ ଦେଇଥିଲା ବିଜେଜି ସେଥିରେ ମୋ ନାଁ ନ ଥିଲା । ନୂଆପଡାରେ ପ୍ରଚାର ହୋଇଗଲା ଯେ ବିଜେଡି ଚାହୁଁଛି ବିଜେପି ଜିତୁ । କାହିଁକି ନୂଆପଡାରେ ରଏ ପ୍ରଚାର ହେଲା ମୁଁ ଜାଣି ନାହିଁ ବୋଲି କହିଛନ୍ତି ଭୂପିନ୍ଦର । ନବୀନ ବାବୁଙ୍କୁ ଏ ଅବସ୍ଥାରେ କାହିଁକି ନୂଆପଡା ନିଆଗଲା । ଏହା ତାଙ୍କ ପ୍ରତି ଅପମାନ , ନବୀନ ବାବୁଙ୍କୁ ନେବାର ଆବଶ୍ୟକତା ନଥିଲା ।
Views: 48











